ଟିସର୍ଟର ଦାମ ୪୦ ହଜାର

ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ସବୁବେଳେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେତେବେଳେ ସେ ନିଜେ ତାଙ୍କ ଫଟୋ ଭିଡିଓ ଶେୟାର କରି ଥାଆନ୍ତି ଚର୍ଚ୍ଚାରେ ତ ପୁଣି କେତେବେଳେ ତାଙ୍କ ପ୍ରଶଂସକମାନେ ଏହାକୁ ଶେୟାର କରି ଚମକାଇ ଦେଇଥାଆନ୍ତି । ନିକଟରେ କରିନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଏଥର କିନ୍ତୁ ତାଙ୍କ ଲୁକ୍ସ ନୁହେଁ ତାଙ୍କ ଆଉଟ ଫିଟକୁ ନେଇ ଅଭିନେତ୍ରୀ ଆସିଛନ୍ତି ଚର୍ଚ୍ଚାକୁ । ତାହାପୁଣି ତାଙ୍କ ଆଉଟ ଫିଟ୍‌ର ଦାମକୁ ନେଇ । କରିନା ଯେଉଁ ଟି-ସର୍ଟ ପିନ୍ଧିଛନ୍ତି ଏହାର ଦାମ ସମସ୍ତଙ୍କୁ ଚମକାଇ ଦେଇଛି । ଦାମ ହେଉଛି ୪୦ ହଜାର ଟଙ୍କା ।
ଭିଡିଓଟି ଇଂଷ୍ଟେଣ୍ଟ ବଲିଉଡ ଅଫିସିୟାଲ ଇନଷ୍ଟାଗ୍ରାମ ପେଜରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି କରିନା ବିଲଡିଂ ବାହାରକୁ ଆସୁଛନ୍ତି । ଏହି ସମୟରେ ସେ ଲୁଜ୍‌ପ୍ୟାଣ୍ଟ ସହ ଗୁସ୍‌ସିର ଟିସର୍ଟ ସହ ସ୍ଲିପର ପିନ୍ଧିଛନ୍ତି । ତେବେ ଅଭିନେତ୍ରୀଙ୍କ ଏହି ଟି ସର୍ଟ ଖୁବ୍ ଓଭରସାଇଜ୍ ଦେଖାଯାଉଛି । ଆଉ ଏହି ଟିସର୍ଟର ଦାମ ରହିଛି ୪୦ ହଜାର ଟଙ୍କା । ଭିଡିଓଟିକୁ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟସ୍ ଆସୁଛି । କେହି କେହି କହୁଛନ୍ତି ବଡ ଲୋକ ବଡ କଥା, ଆଉ କେହି କହିଛି ମୁଁ ଏତେ ଦାମି ଟିସର୍ଟ ଆଦୌ ପିନ୍ଧିବି ନାହିଁ । ଆଉ ଜଣେ କହିଛନ୍ତି ମାତ୍ର ୧୫୦ ଟଙ୍କା ହେବ ।

Share