ଟିସର୍ଟର ଦାମ ୪୦ ହଜାର

ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ସବୁବେଳେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେତେବେଳେ ସେ ନିଜେ ତାଙ୍କ ଫଟୋ ଭିଡିଓ ଶେୟାର କରି ଥାଆନ୍ତି ଚର୍ଚ୍ଚାରେ ତ ପୁଣି କେତେବେଳେ ତାଙ୍କ ପ୍ରଶଂସକମାନେ ଏହାକୁ ଶେୟାର କରି ଚମକାଇ ଦେଇଥାଆନ୍ତି । ନିକଟରେ କରିନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଏଥର କିନ୍ତୁ ତାଙ୍କ ଲୁକ୍ସ ନୁହେଁ ତାଙ୍କ ଆଉଟ ଫିଟକୁ ନେଇ ଅଭିନେତ୍ରୀ ଆସିଛନ୍ତି ଚର୍ଚ୍ଚାକୁ । ତାହାପୁଣି ତାଙ୍କ ଆଉଟ ଫିଟ୍‌ର ଦାମକୁ ନେଇ । କରିନା ଯେଉଁ ଟି-ସର୍ଟ ପିନ୍ଧିଛନ୍ତି ଏହାର ଦାମ ସମସ୍ତଙ୍କୁ ଚମକାଇ ଦେଇଛି । ଦାମ ହେଉଛି ୪୦ ହଜାର ଟଙ୍କା ।
ଭିଡିଓଟି ଇଂଷ୍ଟେଣ୍ଟ ବଲିଉଡ ଅଫିସିୟାଲ ଇନଷ୍ଟାଗ୍ରାମ ପେଜରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି କରିନା ବିଲଡିଂ ବାହାରକୁ ଆସୁଛନ୍ତି । ଏହି ସମୟରେ ସେ ଲୁଜ୍‌ପ୍ୟାଣ୍ଟ ସହ ଗୁସ୍‌ସିର ଟିସର୍ଟ ସହ ସ୍ଲିପର ପିନ୍ଧିଛନ୍ତି । ତେବେ ଅଭିନେତ୍ରୀଙ୍କ ଏହି ଟି ସର୍ଟ ଖୁବ୍ ଓଭରସାଇଜ୍ ଦେଖାଯାଉଛି । ଆଉ ଏହି ଟିସର୍ଟର ଦାମ ରହିଛି ୪୦ ହଜାର ଟଙ୍କା । ଭିଡିଓଟିକୁ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟସ୍ ଆସୁଛି । କେହି କେହି କହୁଛନ୍ତି ବଡ ଲୋକ ବଡ କଥା, ଆଉ କେହି କହିଛି ମୁଁ ଏତେ ଦାମି ଟିସର୍ଟ ଆଦୌ ପିନ୍ଧିବି ନାହିଁ । ଆଉ ଜଣେ କହିଛନ୍ତି ମାତ୍ର ୧୫୦ ଟଙ୍କା ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri