Categories: ଜାତୀୟ

ଅଣ୍ଟାଏ ପାଣିରେ ଅନ୍ତିମ ଯାତ୍ରା

ଭୋପାଳ,୮।୮: ଲଗାଣ ବର୍ଷା କାରଣରୁ ମଧ୍ୟପ୍ରଦେଶର ଗୁଣା ଜିଲା ସମେତ ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବନ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଘୁରି ବୁଲିଥିବା ଭିଡିଓରେ। ଉକ୍ତ ଭିଡିଓରେ କିଛି ଲୋକ ଅଣ୍ଟାଏ ପାଣିରେ ମୃତଦେହକୁ କାନ୍ଧେଇ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଗୁଣା ଜିଲାର ଭଦୁରା ଗ୍ରାମରେ ଗତ ଶୁକ୍ରବାର ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।

ଭଦୁରା ଗ୍ରାମର କମରଲାଲ ଶାକ୍ୟାଭର ନାମକ ଜଣେ ବ୍ୟକ୍ତିଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିଲା। ରାସ୍ତାରେ ଅଣ୍ଟାଏ ପାଣି ଜମିଥିବାରୁ ତାଙ୍କ ମୃତଦେହକୁ ଶ୍ମଶାନ ନେବା ପାଇଁ ପରିବାର ବର୍ଗ ଓ ବନ୍ଧୁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। କିନ୍ତୁ ଜଳ ସ୍ତର ନ କମିବାରୁ ବାଧ୍ୟହୋଇ ପହଁରା ଜାଣିଥିବା ଲୋକଙ୍କୁ ଧରି ଆରମ୍ଭ କରିଥିଲେ ଅନ୍ତିମ ଯାତ୍ରା।

ଭିଡିଓ ଭାଇରାଲ ହେବା ପରେ ଉନ୍ନତିର ଅଭାବ ଓ ସବୁ ଋତୁ ପାଇଁ ରାସ୍ତାଘାଟ ଭଳି ମୌଳିକ ସୁବିଧାରୁ ଜନସାଧାରଣ ବଞ୍ଚିତ ହେଉଥିବାରୁ ଭାଜପା ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

Share