୬ ଘଣ୍ଟା ହେଲା ଜଳୁଛି ପାର୍ଲାମେଣ୍ଟ

କେପ ଟାଉନ,୨।୧: ଦକ୍ଷିଣ ଆଫ୍ରିକାର ହାଉସ ଅଫ୍‌ ପାର୍ଲାମେଣ୍ଟରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୬ ଘଣ୍ଟା ହେଲା ଦମକଳ ବାହାନୀ ମୁତୟନ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ଘଟଣାର ପ୍ରସାରଣ କରୁଥିବା ଚ୍ୟାନେଲରେ ପାର୍ଲାମେଣ୍ଟ ବିଲ୍ଡିଂର ଛାତ ଉପରେ ବଡ଼ ଧରଣର ନିଆଁ ଲାଗିଥିବା ଦେଖିବାକୁ ମିଳିଛି।

ତେବେ ଏଥିରେ କୌଣସି ମୃତାହତ ହୋଇଥିବା ରିପୋର୍ଟ ଆସିନାହିଁ। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିନ୍ତୁ ବିଶ୍ୱାସ କରାଯାଉଛି ଯେ, ନିଆଁ ପ୍ରଥମେ ପାର୍ଲାମେଣ୍ଟର ଏକ ପୁରୁଣା ବିଲ୍ଡିଂରେ ଲାଗିଥିଲା। ସେଠାରୁ ନିଆଁ ମୁଖ୍ୟ ବିଲ୍ଡିଂକୁ ବ୍ୟାପିଥିବା କୁହାଯାଉଛି। ଦୀର୍ଘ ସମୟ ହେଲା ଜଳୁଥିବାରୁ ବିଲ୍ଡିଂ କାନ୍ଥରେ ବଡ଼ ଫାଟ ସୃଷ୍ଟି ହୋଇଛି। ଏଣୁ କୋଠା ଭୁଷୁଡ଼ିବାର ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି।

ପ୍ରଥମେ ନିଆଁ ଲିଭାଇବା ପାଇଁ ୩୦ ଅଗ୍ନିଶମ କର୍ମୀ ଆସିଥିଲେ। ସେମାନେ ନିଆଁକୁ ଆୟତ୍ତ କରିବାକୁ ବିଫଳ ହେବା ପରେ ୮୦ ଅଗ୍ନିଶମ କର୍ମଚାରୀଙ୍କ ସହ କ୍ରେନ ମୁତୟନ କରାଯାଇଛି।

Share