Categories: ଜାତୀୟ

ଡ୍ୟାନ୍ସରଙ୍କ ଉପରେ ଖସି ପଡ଼ିଲା ଡ୍ରୋନ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ଜବଲପୁରରେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଇଭେଣ୍ଟରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଡ୍ୟାନ୍ସରଙ୍କ ଉପରେ ଡ୍ରୋନ ଖସି ପଡ଼ିଛି। ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଘଟଣାର ଭିଡିଓରେ ଇଣ୍ଡୁ କୁନଜାମ (୩୮) ଓ ଗଙ୍ଗୋତ୍ରୀ କୁନଜାମ(୧୮)ଙ୍କ ଉପରେ ଡ୍ରୋନ ଖସି ପଡ଼ିଥିବା ଦେଖିବାକୁ ମିଳିଛି। ଏଥିରେ ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ପଣ୍ଡିତ ରବି ଶଙ୍କର ଶୁକ୍ଲା ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଆଦିବାସୀ ନୃତ୍ୟ ପରିବେଷଣ ଚାଲିଥିବା ବେଳେ ମଧ୍ୟପ୍ରଦେଶର କୃଷି ବିଭାଗ ମେଢ଼ରେ ସାମିଲ ଥିବା ଡ୍ରୋନ ସେମାନଙ୍କ ଉପରେ ଖସି ପଡ଼ିଥିଲା। ହସ୍ପିଟାଲରେ ଦୁଇ ଡ୍ୟାନ୍ସରଙ୍କ ଚିକିତ୍ସା ଚାଲିଥିବା ଏଏସ୍‌ପି ରୋହିତ କାଶ୍ୱାନି କହିଛନ୍ତି।

 

Share