ଜରୁରୀ ଅବତରଣ ବେଳେ ୨ ଫାଳ ହୋଇଗଲା ବିମାନ

ସାନ ଜୋସ,୮।୪: କୋଷ୍ଟା ରିକାରେ ଗୁରୁବାର ଏକ ଜରୁରୀକାଳିନ ଅବତରଣ ବେଳେ ଏକ କାର୍ଗୋ ବିମାନ ଦୁଇ ଫାଳ ହୋଇଯାଇଛି। ଏହି ବିମାନ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ଦୁର୍ଘଟଣା ଯୋଗୁ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିବାକୁ ପଡ଼ିଥିଲା।

ଡିଏଚ୍‌ଏଲ ବୋଇଂ ୭୫୭ ହଳଦିଆ ବିମାନ ଅବତରଣ ବେଳେ ରନଓ୍ବେରୁ ସ୍ଲାଇଡ୍‌ କରି ବାହାରକୁ ଚାଲି ଯାଇଥିଲା। ତା’ ପରେ ବିମାନର ରେୟାର ହୁଇଲ ପାଖରୁ ପଛ ଭାଗ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ବେଳେ ବିମାନ ମଧ୍ୟରେ ଥିବା ଦୁଇ କ୍ରୁ ମେମ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୋଷ୍ଟା ରିକାର ଅଗ୍ନଶମ ବାହିନୀ ଅଧିକାରୀ ହେକ୍ଟର ଚାଭେସ କହିଛନ୍ତି।

ଦୁର୍ଘଟଣା ସକାଳ ୧୦ଟା ୩୦ରେ ଘଟିଥିଲା। ବୋଇଂ ୭୩୭ ବିମାନ ଜୁଆନ ସାଣ୍ଟାମାରିଆ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁ ୨୫ ମିନିଟ୍‌ ମଧ୍ୟରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।

Share