Categories: ଫୁରସତ

Video: ମରୁଭୂମିରେ ହଠାତ୍‌ ପାଣି ଦେଖି ନାଚିବାକୁ ଲାଗିଲେ ଓଟ, ହୃଦୟ ଜିଣୁଛି ଦୃଶ୍ୟ…

କଥାରେ ଅଛି ଜଳ ହିଁ ଜୀବନ। ବହୁତ ଏ କଥାକୁ ହୃଦବୋଧ କରିପାରନ୍ତି। ସେଥିପାଇଁ ତ ପାଣୀ ଅପଚୟ କରିବା ପୂର୍ବରୁ ଥରଟିଏ ବି ଚିନ୍ତା କରନ୍ତି ନାହିଁ। ହେଲେ ଥରେ ମରୁଭୂମି କଥା ଭାବନ୍ତୁ ତ। ସେଠାରେ ବସବାସ କରୁଥିବା ପ୍ରାଣୀମାନଙ୍କ ପାଇଁ ପାଣିର ଗୋଟିଏ ବୁନ୍ଦା ବି ଗୁରୁତ୍ୱପୂର୍ଣ୍ଣ। ଏହି କଥାକୁ ପ୍ରମାଣିତ କରୁଛି ଭାଇରାଲ ହେଉଥିବା କେଇ ସେକେଣ୍ଡର ଏକ ଭିଡିଓ। ଇଣ୍ଟରନେଟ୍‌ରେ ଏହା ଅନେକଙ୍କୁ ବାସ୍ତବିକ ଖୁସି ସହ ପରିଚୟ କରାଉଛି।

ଭାଇରାଲ ଭିଡିଓଟି ଏକ ମରୁଭୂମିର। ଏଠାରେ ପ୍ରଚଣ୍ଡ ଖରାରେ ଓଟମାନଙ୍କ ଏକ ଦଳ ପାଣି ଅନ୍ବେଷଣରେ ବୁଲୁଥିବା ଦେଖାଯାଉଛି। ଠିକ୍‌ ଏତିକି ବେଳେ ଏଭଳି କିଛି ହେଉଛି ଯାହାକୁ ଦେଖି ସେମାନେ ଡେଇଁ ଡେଇଁ ନାଚି ଖୁସି ମନାଉଛନ୍ତି।

ଓଟମାନେ ପାଣି ଖୋଜୁଖୋଜୁ ଏକ ପାଣିଭର୍ତ୍ତି ଟ୍ୟାଙ୍କର ପାଖରେ ପହଞ୍ଚୁଛନ୍ତି। ସେଠାରୁ ପାଣି ବାହାରୁଥିବା ଦେଖି ପଶୁମାନେ ଖୁସିରେ ଆତ୍ମହରା ହୋଇଯାଉଛନ୍ତି। ଏହି ଘଟଣାର ଦୃଶ୍ୟ ମନ ଜିଣୁଛି।
ଆପଣ ବି ଦେଖନ୍ତୁ ଭିଡିଓ:

Share