ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି ଶୁଣି ମୁଣ୍ଡରେ ହାତ ଦେଇ ବସିବେ। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଏକ ସୁଟକେସରେ ବନ୍ଦ କରି ନିଜ ହଷ୍ଟେଲ ଭିତରକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ‘ମିଶନ ମଜନୁ’ ଫ୍ଲପ ହୋଇଯାଇଥିଲେ। କାରଣ ୱାର୍ଡେନ ସୁଟକେସ ଖୋଲିଲା ବେଳକୁ ଯୁବତୀ ବାହାରିଥିଲେ। ମଜାଦାର କଥା ହେଉଛି ଯେ,ପ୍ରେମିକ ଜଣଙ୍କ ସୁଟକେସ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଘଟଣାଟି ହରିୟାଣାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ରିପୋର୍ଟ କରାଯାଉଛି।
ଏହି କଲେଜ ଛାତ୍ରଟି ଏକ ବଡ଼ ସୁଟକେସ ଧରି ଏକ ଅତି ଚତୁର ଯୋଜନା ସହିତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସନ୍ଦେହ ହେବାରୁ, ୱାର୍ଡେନ ପଚରାଉଚରା କଲେ ଏବଂ ସୁଟକେସ ଖୋଲିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭିଡିଓରେ, ସୁଟକେସ ଖୋଲିବା ମାତ୍ରେ ଯୁବତୀ ଜଣଙ୍କ ବାହାରକୁ ଆସନ୍ତି। ସେ ଭୟଭୀତ ହୋଇଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ବିଭିନ୍ନ ପ୍ଲାଟଫର୍ମରୁ ଶେୟାର କରାଯାଇଛି ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।
View this post on Instagram


