Categories: ଖେଳ

ନେଦରଲାଣ୍ଡସ୍‌ ଆଗରେ ୨୮୭ ରନ୍‌ର ବିଜୟ ଟାର୍ଗେଟ୍‌

ହାଇଦ୍ରାବାଦ,୬।୧୦: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ୍‌ ଅଧିନାୟକ ସ୍କଟ ଏଡୱାର୍ଡସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ୪୯ ଓଭରରେ ପାକିସ୍ତାନ ସମସ୍ତ ଉଇକେଟ ହରାଇ ୨୮୬ ରନ୍‌ ସଂଗ୍ରହ କରିଥିଲା। ଫଳରେ ନେଦରଲାଣ୍ଡସ୍‌ ଆଗରେ ୨୮୭ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ପାକିସ୍ତାନ ।

ମହମ୍ମଦ ରିଜୱାନ ଏବଂ ସାଉଦ ସକିଲ ମଧ୍ୟରେ ୧୨୦ ରନ୍‌ର ମହତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। ସକିଲ ୫୨ ବଲ୍‌ ଖେଳି ୯ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୮ ରନ୍‌ କରିଥିଲେ। ମହମ୍ମଦ ରିଜୱାନ ୭୫ ବଲ୍‌ ଖେଳି ୬୮ ରନ୍‌ କରିଥିଲେ। ନୱାଜ ୪୩ ବଲ୍‌ ଖେଳି ୪ ଛକା ସହାୟତାରେ ୩୯ ରନ୍‌ ସଂଗ୍ରହ କରିଥିଲେ। ସଦାବ ୩୪ ବଲ୍‌ ଖେଳି ୨ଟି ଚୌକାରେ ୩୨ ରନ୍‌ କରିଥିଲେ। ହିସ ରେଫ ୧୬ ରନ୍‌ କରିଥିଲେ। ସାହିନ ଶାହ ଆଫ୍ରିଦି ଅପରାଜିତ ୧୩ ରନ୍‌ କରିଥିଲେ। ଫଳରେ ପାକିସ୍ତାନ ୨୮୬ ରନ୍‌ କରିବାରେ ସକ୍ଷମ ହୋଇଥିଲା। ନେଦରଲାଣ୍ଡସ୍‌ ପକ୍ଷରୁ ବାସ ଡି’ ଲିଡେ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ କୋଲିନ ଆକ୍ରେମାନ ୨ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share