Categories: ଖେଳ

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ…

ମେଲବୋର୍ନ,୯।୧୧ : ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲମସନଙ୍କ ନେତୃତ୍ୱରେ ବ୍ୟାଟିଂ ପାଇଁ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଟିମ୍‌ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଥିଲା।
ନ୍ୟୁଜିଲାଣ୍ଡ ଧାର୍ଯ୍ୟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ ରହିଛି।

Share