Categories: ଖେଳ

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୨ ରନ୍‌…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତ ପାଇଁ ୧୬୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ବର୍ତ୍ତମାନ ୧-୦ ରେ ଆଗୁଆ ରହିଛି। ଗୁରୁବାର ପ୍ରଥମ ଏକନିବସୀୟ ମ୍ୟାଚରେ ଭାରତ ଆୟୋଜକ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିଥିଲା।

ସିରିଜର ଦ୍ୱିତୀୟ ଏକଦିବସୀୟରେ ମଧ୍ୟ ଜିମ୍ବାୱେ ଦଳ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ବଡ଼ ସ୍କୋର କରିପାରି ନ ଥିଲା। ପ୍ରଥମ ଦିନିକିଆରେ ୧୮୯ ରନ ସଂଗ୍ରହ କରିଥିବା ଦଳ ଏଥର ୧୬୧ ରନ୍‌ କରିଛି। ଜିମ୍ବାୱେ ରନ ଆଉଟ ଆକାରରେ ଶେଷ ୱିକେଟ ହରାଇଥିଲା। ଦଳର ଶେଷ ଦୁଇଟି ୱିକେଟ ରନ ଆଉଟରେ ପଡିଥିଲା। ପୂର୍ବ ମ୍ୟାଚରେ ନବମ ୱିକେଟ ପାଇଁ ୭୦ ରନ ଭାଗିଦାରୀ ହୋଇଥିଲେ ହେଁ ଶନିବାର ମ୍ୟାଚରେ ଶେଷ ତିନିଟି ୱିକେଟ ୧୩ ରନ ବ୍ୟବଧାନରେ ପଡିଛି। ସଚିନ ୱିଲିୟମ୍ସ ସର୍ବାଧିକ ୪୨ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ରିଆନ ବୁର୍ଲେ ୩୯ ରନ ସଂଗ୍ରହ କରିଥିଲେ। ଶାର୍ଦ୍ଦୁଲ ଠାକୁର ଭାରତ ପାଇଁ ତିନୋଟି ୱିକେଟ ନେଇଥିଲେ ଏବଂ ଅନ୍ୟ ସମସ୍ତ ବୋଲରମାନେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

 

Share