Categories: ଖେଳ

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ…

କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଶ୍ରୀଲଙ୍କା ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୫୭ ରନ କରିଛି। ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ ରହିଛି।
ଶ୍ରୀଲଙ୍କା ପକ୍ଷରୁ ପୃଥମ ନିସଙ୍କା ୪୦ ରନ କରିଥିବାବେଳେ କୁଶଲ ମେଣ୍ଡିଜ ୫୦, ସାଦେରା ଓ୍ବିକ୍ରମେ ସିଂଘେ ୯୩ , ଦାସୁନ ଶାନାକା ୨୪ ରନ କରିଥିଲେ।

Share