Categories: ଖେଳ

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୩୦ ରନ…

କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚ ବାଂଲାଦେଶ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଉଛି।
ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବାର୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ବାଂଲାଦେଶ ବୋଲିଂ ଆରମ୍ଭ କରିଥିଲା। ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା। ଫଳରେ ବାଂଲାଦେଶ ପାଇଁ ୨୩୦ ରନର ବିଜୟ ଲକ୍ଷ୍ୟ ରହିଛି।

Share