Posted inଜାତୀୟ

ମାଉଣ୍ଟ ଡୋମ୍‌ ଖାଙ୍ଗ ଉପରେ ବିଜୟ: ତ୍ରିରଙ୍ଗା ଉତ୍ତୋଳନ କଲେ ଆଇଟିବିପି ଯବାନ…

ନୂଆଦିଲ୍ଲୀ, ୨୪।୯ : ଭାରତ-ତିବ୍ଦତୀୟ ସୀମା ପୋଲିସର ପର୍ବତାରୋହୀମାନେ ଇତିହାସ ସୃଷ୍ଟି କରିଛନ୍ତି। ଆଇଟିବିପି ଯବାନମାନେ ସଫଳତାର ସହିତ ଉତ୍ତର ସିକିମରେ ଅବସ୍ଥିତ ମାଉଣ୍ଟ ଡୋମ ଖାଙ୍ଗ ଉପରେ ବିଜୟ ହାସଲ କରିଛନ୍ତି। ଯବାନମାନେ ସେଠାରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ମାଉଣ୍ଟ ଡୋମ ଖାଙ୍ଗ ସମୁଦ୍ର ପତ୍ତନଠାରୁ ୭,୨୫୦ ମିଟର ଅର୍ଥାତ୍‌ ୨୩,୭୮୬ ଫୁଟ ଉଚ୍ଚରେ ଅବସ୍ଥିତ । ଏହି ସଫଳତା ସମ୍ପର୍କରେ ଆଇଟିବିପି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଆଇଟିବିପି ଶନିବାର କହିଛି, ଶୀର୍ଷ ପର୍ବତାରୋହୀଙ୍କ ଦୁଇଟି ଦଳ ସଫଳତାର ସହ ଦେଶର ସର୍ବୋଚ୍ଚ ମାଉଣ୍ଟ ଡୋମ ଖାଙ୍ଗକୁ ସେପ୍ଟେମ୍ବର ୨୨ ଏବଂ ୨୩ ରେ ସଫଳତାର ସହ ଆରୋହଣ କରିଛନ୍ତି। ଆଇଟିବିପି ମୁଖପାତ୍ର ବିବେକ କୁମାର ପାଣ୍ଡେ କହିଛନ୍ତି ଯେ ଆଇଏମଏଫ ରେକର୍ଡ ଅନୁଯାୟୀ, ଏହି ଶିଖରକୁ ଆଇଟିବି ଯବାନଙ୍କ ଦଳ ପ୍ରଥମେ ଆରୋହଣ କରିଛନ୍ତି। ଆଇଟିବିପି ଯବାନମାନେ ମଧ୍ୟ ଏହି ପର୍ବତ ଆରୋହଣ କରି ଭବିଷ୍ୟତ ମିଶନ ପାଇଁ ରାସ୍ତା ଖୋଲିଛନ୍ତି।

ଲଗାତାର ଦୁଇ ଦିନ ମଧ୍ୟରେ ଦୁଇଟି ଆଇଟିବିପି ଯବାନଙ୍କ ଦଳ ଏହି ପର୍ବତ ଶିଖରକୁ ଚଢ଼ିଛନ୍ତି। ପ୍ରଥମ ଦଳ, ଯାହାକୁ ରୋପ ୱାନ କୁହାଯାଉଛି, ଡେପୁଟି କମାଣ୍ଡାଣ୍ଟ ଅନୁପ କୁମାରଙ୍କ ନେତୃତ୍ୱରେ ଏବଂ ରୋପ-୨ କମାଣ୍ଡାଣ୍ଟ ରତନ ସିଂ ସୋନାଲଙ୍କ ନେତୃତ୍ୱରେ ଆରୋହଣ କରିଛନ୍ତି। ଉଭୟ ଦଳରେ ଜଣେ ମହିଳାଙ୍କ ସମେତ ମୋଟ ୧୩ ଜଣ ଯବାନ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri