Posted inଖେଳ

ପିତାଙ୍କ ବିଶ୍ୱାସର ବିଜୟ

ନୂଆଦିଲ୍ଲୀ,୮ା୨(ପି.ଟି.) : ମା’ ଥିଲେ ପୋଲିସ୍‌ ଅଫିସର। ଶୃଙ୍ଖଳାକୁ ସେ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ପୁଅର କ୍ରିକେଟ ଖେଳିବା ତାଙ୍କୁ ପସନ୍ଦ ନ ଥିଲା। ତେବେ ପିତା କିନ୍ତୁ ଏହାର ସମର୍ଥନରେ ଥିଲେ। ୨୨ ୟାର୍ଡର ଷ୍ଟ୍ରିପ୍‌ ମଧ୍ୟରେ ପୁଅ ସଫଳ ହେବା ନେଇ ତାଙ୍କର ରହିଥିଲା ଦୃଢ଼ ବିଶ୍ୱାସ। ତେବେ ୧୯ ବର୍ଷର କ୍ରିକେଟର ଜଣଙ୍କ କେବଳ ପିତାଙ୍କ ବିଶ୍ୱାସକୁ ନୁହେଁ ବରଂ ବିଶ୍ୱ ବକ୍ଷରେ ୧୪୦ କୋଟି ଭାରତୀୟଙ୍କ ଟେକ ରଖିଛି। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପରେ ଭାରତକୁ ଫାଇନାଲରେ ପହଞ୍ଚାଇବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ସ୍ଥାନ ହାସଲ କରିଥିବା ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ୧୯ ବର୍ଷୀୟ ସଚିନ୍‌ ଧାସ୍‌। ମହାରାଷ୍ଟ୍ରର ବିଡ୍‌ ଜିଲାରେ ସଚିନ୍‌ଙ୍କ ଜନ୍ମ। କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ନାମରେ ତାଙ୍କ ନାମ ମଧ୍ୟ ରଖାଯାଇଥିଲା। ବିଶ୍ୱକପ ସେମି ଫାଇନାଲରେ ମଙ୍ଗଳବାର ୯୬ ରନ୍‌ର ଇନିଂସ ଖେଳିବା ସହ ଏହି ନାମର ଯଥାର୍ଥତା ଦର୍ଶାଇଛନ୍ତି। ଅଧିନାୟକ ଉଦୟ ଶାହରନଙ୍କ ସହ ମିଶି ସେ ଭାରତକୁ ଜିତାଇବା ସହିତ କ୍ରମାଗତ ପଞ୍ଚମ ସଂସ୍କରଣର ଫାଇନାଲକୁ ନେଇଥିଲେ। ଚଳିତ ବିଶ୍ୱକପରେ ସେ ଅଦ୍ୟାବଧି ୨୯୪ ରନ୍‌ ସଂଗ୍ରହ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୦୦ ଉପରେ ରହିଛି।
ତେବେ ସଚିନଙ୍କ କ୍ରିକେଟ ଯାତ୍ରା ଏତେଟା ସହଜ ରହିନାହିଁ। ବିଡ୍‌ ଏକ ଛୋଟ ସ୍ଥାନ ହୋଇଥିବା ବେଳେ କ୍ରିକେଟ ଖେଳିବା ପାଇଁ ଆବଶ୍ୟକୀୟ ସୁବିଧାର ଅଭାବ ରହିଛି। ସାଢେ ୪ ବର୍ଷର ହୋଇଥିବା ବେଳେ ଏହି ସ୍ଥାନକୁ ଆସିଥିଲେ ଆଉ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ବିଡ୍‌ରେ ୨୨ ୟାର୍ଡର ପିଚ୍‌ ନ ଥିବା ବେଳେ ୧୧ ୟାର୍ଡର ପିଚ୍‌ରେ ତାଙ୍କୁ ଅଭ୍ୟାସ କରିବାକୁ ପଡିଥିଲା। ସ୍ଥାନୀୟ ଅଞ୍ଚଳର କୋଚ୍‌ ଶେଖ୍‌ ଆଝାରଙ୍କ ଅଧୀନରେ ଅଭ୍ୟାସ କରିଥିଲେ। ବିଡ୍‌ର ଟର୍ଫ ଉଇକେଟରେ ଅଭ୍ୟାସ କରିଥିଲେ ହେଁ ବର୍ତ୍ତମାନ ଦେଶର କ୍ରିକେଟିଂ ଭବିଷ୍ୟତ ଭାବରେ ଗଣା ହେଉଛନ୍ତି।୨୦୦୫ରେ ଜନ୍ମ ହୋଇଥିବା ସଚିନ୍‌ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଜଣେ ବଡ ପ୍ରଶଂସକ ବୋଲି କହିଛନ୍ତି ତାଙ୍କ ପିତା ସଞ୍ଜୟ ଧାସ୍‌। କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସଚିନଙ୍କୁ ଅନେକ ତ୍ୟାଗ କରିବାକୁ ପଡିଛି। ସଚିନଙ୍କର ଅନ୍ୟ କେହି ସାଙ୍ଗ ନ ଥିବା ବେଳେ ମୁଁ ତାଙ୍କର ଏକମାତ୍ର ବନ୍ଧୁ ବୋଲି କହିଛନ୍ତି ସଞ୍ଜୟ। ଏପରିକି ବିଗତ କିଛି ବର୍ଷ ମଧ୍ୟରେ ସଚିନ୍‌ କୌଣସି ବାହାଘର ବା ଜନ୍ମଦିନ ପାର୍ଟକୁ ମଧ୍ୟ ଯାଆନ୍ତି ନାହିଁ। ନିଜର ସମସ୍ତ ଧ୍ୟାନ କ୍ରିକେଟରେ ରଖି ଥାଆନ୍ତି ବୋଲି କହିଛନ୍ତି ସଞ୍ଜୟ। ମା’ ପୋଲିସରେ ଥିବାରୁ ସଚିନ୍‌ ପିଲାବେଳରୁ ହିଁ ଶୃଙ୍ଖଳିତ। ସେ ସ୍ବଭାବତଃ ଜଣେ ଆକ୍ରମଣାତ୍ମକ ଖେଳାଳି। ତେବେ ଏଭଳି ଆଗ୍ରେସିଭ୍‌ ବ୍ୟାଟିଂ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିବା ଫଳରେ ହିଁ ଆସିଛି ବୋଲି କହନ୍ତି ସଞ୍ଜୟ। ସଚିନ୍‌ ତେନ୍ଦୁଲକରଙ୍କ ଭଳି ଜର୍ସି ନମ୍ବର ୧୦ରେ ଖେଳିଥାନ୍ତି ସଚିନ୍‌ ଧାସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri