ମା’ ଭଣ୍ଡାରଘରଣୀଙ୍କ ବିଜୟ ଉତ୍ସବ

ନବରଙ୍ଗପୁର,୨୬ା୧୦(ବି.ପ୍ର.)- ନବରଙ୍ଗପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀଙ୍କ ବିଜୟା ଦଶମୀ ପୂଜା ରବିବାର ରାତିରେ ସମାପନ ହୋଇଯାଇଛି। ସନ୍ଧ୍ୟାରେ ମା’ଙ୍କ ବିଜୟ ଶୋଭାଯାତ୍ରା ବାହାରିଥିଲା। ଏଥିରେ ମା’ଙ୍କ ବିମାନ ସହ ଆଖପାଖ ଅଞ୍ଚଳର ୧୩ରୁ ଊର୍ଦ୍ଧ୍ୱ ଶକ୍ତିପୀଠରୁ ଲାଠିଗୁଡ଼ିକ ଯୋଗଦେଇଥିଲେ। ଦଶହରାପଦା ପଡ଼ିଆଠାରେ ଶୋଭାଯାତ୍ରା ପହଞ୍ଚିବାପରେ ପାରମ୍ପରିକ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ଯୋଗୁ ଚଳିତବର୍ଷ ନିରାଡମ୍ବର ଲାଖ ବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।