ଭାଜପାର ପ୍ରଚଣ୍ଡ ବିଜୟ: ବାଣ ଫୁଟାଇ, ବାଜା ବଜାଇ ନାଚ ଗୀତରେ ମସଗୁଲ ହେଲେ ଭାଜପାକର୍ମୀ

ଅତାବିରା, ୪।୫(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମବଙ୍ଗର ଜନସାଧାରଣ ଅନ୍ୟାୟ ବଦଳରେ ନ୍ୟାୟ ଏବଂ ଭୟ ବଦଳରେ ଭରସାକୁ ବାଛିଛନ୍ତି । ଭାଜପାକୁ ବିପୁଳ ସମର୍ଥନ ପାଇଁ ପଶ୍ଚିମବଙ୍ଗର ଏହି ଐତିହାସିକ ଦିନ ପାଇଁ ସୋମବାର ଅତାବିରା ବ୍ଲକ ଛକଠାରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ନଗର ସଭାପତି ସତୀଶ ଚୌଧୁରୀଙ୍କ ନେତୃତ୍ୱରେ ଭାଜପାକର୍ମୀମାନେ ଅତାବିରା ବ୍ଲକ ଅଫିସ ଛକ ଠାରେ ସମ୍ମିଳିତ ହୋଇ ଏହି ବିଜୟ ଉତ୍ସବ ପାଳନ କରିଥିଲେ । ଜଣେ ଜଣଙ୍କୁ ମିଠା ଖୁଆଇ ଏବଂ ବାଣ ବାଜା ବଜାଇ ନାଚ ଗୀତରେ ମସଗୁଲରେ ଉଲ୍ଲସିତ ହୋଇ ଉଠିଥିଲେ ଭାଜପାକର୍ମୀ। ବରଗଡ଼ ଜିଲା ଭାଜପା ସମ୍ପାଦକ ନରେଶ ଶର୍ମା, ସମ୍ପାଦିକା ପ୍ରିୟ ଦର୍ଶିନୀ ଅର୍ଚ୍ଚନା ବାଗ, ଏସସି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ମିଳନ ସେଠ, ଏମ୍‌ପି ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ, ଅତାବିରା ଏନଏସି ୧ ନମ୍ବର କାଉନସିଲର ଦୀପକ ରାଏଙ୍କ ସମେତ ବହୁ କର୍ମକର୍ତ୍ତା ଏବଂ କର୍ମୀମାନେ ଏହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ ।

 

Odisha’s No.1 Odia Daily

Share
Tags: odisha