ଅବହେଳାର ଶିକାର ୨ ଅସହାୟ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୨୫।୯: ଅସହାୟମାନଙ୍କ ଯେଭଳି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ଆଗ୍ରହ ନ ଥିବା ଭଳି ମନେ ହେଉଛି। ଯାଜପୁର ଜିଲା କୋରେଇ ବ୍ଲକ ହଳଦିଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମନ୍ଦା ଗ୍ରାମର ଝୁମୁରୀ ଦେଈ ଏବଂ ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ମିନତି ମଳିକଙ୍କ ଅବସ୍ଥାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶିଛି। ଝୁମୁରୀ ତାଙ୍କ ୩ ଝିଅଙ୍କ ସହ କେବେ ସ୍କୁଲ ତ କେବେ ଅନ୍ୟ କାହାର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଥିବାବେଳେ ମିନତି ତାଙ୍କ ୨ ଝିଅଙ୍କୁ ନେଇ ଭଙ୍ଗା ଚାଳ ଘରେ ଆଶ୍ରୟ ନେଉଛନ୍ତି। ବିଡମ୍ବନା ଯେ, ଝୁମୁରୀ ଥଇଥାନ ପାଇଁ ଏକାଧିକ ଥର ଗୁହାରି କରିଥିଲେ ହେଁ ପ୍ରଶାସନର କୃପାଦୃଷ୍ଟି ପଡ଼ିପାରୁନାହିଁ।
ମିଳିଥିବା ସୂଚନା ଅନୁଯାୟୀ ମିନତି ମଳିକଙ୍କ ସ୍ବାମୀ କେଦାର ମଳିକଙ୍କ ୨୦୧୯ରୁ ଦେହାନ୍ତ ହୋଇଥିଲା। ଏହାପରେ ମିନତି ଏବଂ ତାଙ୍କ ୨ ଝିଅଙ୍କ ପ୍ରତି ବିପତ୍ତି ଉଭା ହୋଇଥିଲା। କେଦାର ଜଣେ ଦିନ ମଜୁରିଆ ଥିଲେ। ଏଭଳି କ୍ଷେତ୍ରରେ ଅର୍ଥ ସଞ୍ଚୟ କରି ଘର ଖଣ୍ଡେ ତିଆରି କରିବା ତାଙ୍କୁ ବହୁତ କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ସ୍ବାମୀଙ୍କ ଦେହାନ୍ତ ପରେ ଝାଟିମାଟି ଚାଳଘର ମଧ୍ୟ ଭାଙ୍ଗି ଯାଇଥିଲା। ଏଭଳି ପରିସ୍ଥିତିରେ ଅସହାୟ ବନ୍ଧୁ ସେବା ସଂଗଠନ ପକ୍ଷରୁ ଘର ମରାମତି ସହ ଜରିପାଲ ଦିଆଯାଇଥିଲା। କିଛି ରାଶନ ସାମଗ୍ରୀ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଛେଳିଟିଏ ମଧ୍ୟ ଦିଆଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଘର, ବିଧବା ଭତ୍ତା ପ୍ରଦାନରେ ଅବହେଳା କରାଯାଇଛି। ସରକାରୀ ସାହାଯ୍ୟ ହିସାବରେ ୫ କେଜି ଚାଉଳ ପାଉଛନ୍ତି। ଏଥିରେ ଦୁଇ ପିଲାଙ୍କ ସହ ଭାଙ୍ଗି ଯାଇଥିବା ଚାଳ ଘରେ ଜରି ପାଲ ପକାଇ ବର୍ଷା ଓ ଖରା ଦିନେ ଜୀବନ ଅତିବାହିତ କରୁଛନ୍ତି। ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କୌଣସି ପ୍ରକାର ସୁବିଧା ମିଳିପାରିନାହିଁ।
ସେହିପରି ମାନସିକ ରୋଗୀରେ ପୀଡ଼ିତ ଶେଖ୍‌ ସୌରୁଦ୍ଦିନଙ୍କ ପରିବାରବର୍ଗଙ୍କୁ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ସୌରୁଦ୍ଦିନ କୁଆଡେ ଚାଲି ଯାଇଥିବାବେଳେ ସ୍ତ୍ରୀ ଝୁମୁରୀ ଏବଂ ତାଙ୍କ ୧୬, ୫ ଓ ୩ ବର୍ଷ ବୟସ୍କା ଝିଅ ଏବେ କୋରେଇ ସିଏଚ୍‌ସି ନିକଟସ୍ଥ ରାଧାରମଣ ହାଇସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ୩ ଝିଅ ଘର ଘର ବୁଲି ଭିକ୍ଷା ମାଗିଲେ ପରିବାର ଚଳୁଛି। ଶନିବାର ରାତିରେ ମେଡିକାଲ ଛକ ମୀନା ବଜାରରେ ୩ ଝିଅଙ୍କୁ ବୁଲାବୁଲି କରୁଥିବାର ଦେଖି କେତେଜଣ ବ୍ୟକ୍ତି ସେମାନଙ୍କୁ କିଛି ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ହେଲେ ପ୍ରଶାସନ ସତେ ଯେମିତି ଏହି ପରିବାରଙ୍କ ପ୍ରତି କୌଣସି ସହଯୋଗ ନ କରିବାକୁ ପ୍ରତିଜ୍ଞା ନେଇଥିବା ମନେ ହେଉଛି। ୨୦ା୯ା୨୦୨୨ରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଉକ୍ତ ପରିବାରବର୍ଗଙ୍କୁ ଉଦ୍ଧାର କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତିକୁ ୫ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ପ୍ରଶାସନ ଚେଇଁ ଶୋଇଥିବା ପରି ମନେ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗୀୟ ମୋବାଇଲ ୟୁନିଟକୁ ପଠାଯାଇଥିଲା। କିନ୍ତୁ ସେମାନେ ମା’ ଓ ଝିଅଙ୍କୁ ନ ପାଇ ଫେରି ଆସିଛନ୍ତି। ପୁଣି ସେମାନଙ୍କୁ ଉଦ୍ଧାର କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri