ଅବହେଳାର ଶିକାର ୨ ଅସହାୟ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୨୫।୯: ଅସହାୟମାନଙ୍କ ଯେଭଳି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ଆଗ୍ରହ ନ ଥିବା ଭଳି ମନେ ହେଉଛି। ଯାଜପୁର ଜିଲା କୋରେଇ ବ୍ଲକ ହଳଦିଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମନ୍ଦା ଗ୍ରାମର ଝୁମୁରୀ ଦେଈ ଏବଂ ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ମିନତି ମଳିକଙ୍କ ଅବସ୍ଥାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶିଛି। ଝୁମୁରୀ ତାଙ୍କ ୩ ଝିଅଙ୍କ ସହ କେବେ ସ୍କୁଲ ତ କେବେ ଅନ୍ୟ କାହାର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଥିବାବେଳେ ମିନତି ତାଙ୍କ ୨ ଝିଅଙ୍କୁ ନେଇ ଭଙ୍ଗା ଚାଳ ଘରେ ଆଶ୍ରୟ ନେଉଛନ୍ତି। ବିଡମ୍ବନା ଯେ, ଝୁମୁରୀ ଥଇଥାନ ପାଇଁ ଏକାଧିକ ଥର ଗୁହାରି କରିଥିଲେ ହେଁ ପ୍ରଶାସନର କୃପାଦୃଷ୍ଟି ପଡ଼ିପାରୁନାହିଁ।
ମିଳିଥିବା ସୂଚନା ଅନୁଯାୟୀ ମିନତି ମଳିକଙ୍କ ସ୍ବାମୀ କେଦାର ମଳିକଙ୍କ ୨୦୧୯ରୁ ଦେହାନ୍ତ ହୋଇଥିଲା। ଏହାପରେ ମିନତି ଏବଂ ତାଙ୍କ ୨ ଝିଅଙ୍କ ପ୍ରତି ବିପତ୍ତି ଉଭା ହୋଇଥିଲା। କେଦାର ଜଣେ ଦିନ ମଜୁରିଆ ଥିଲେ। ଏଭଳି କ୍ଷେତ୍ରରେ ଅର୍ଥ ସଞ୍ଚୟ କରି ଘର ଖଣ୍ଡେ ତିଆରି କରିବା ତାଙ୍କୁ ବହୁତ କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ସ୍ବାମୀଙ୍କ ଦେହାନ୍ତ ପରେ ଝାଟିମାଟି ଚାଳଘର ମଧ୍ୟ ଭାଙ୍ଗି ଯାଇଥିଲା। ଏଭଳି ପରିସ୍ଥିତିରେ ଅସହାୟ ବନ୍ଧୁ ସେବା ସଂଗଠନ ପକ୍ଷରୁ ଘର ମରାମତି ସହ ଜରିପାଲ ଦିଆଯାଇଥିଲା। କିଛି ରାଶନ ସାମଗ୍ରୀ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଛେଳିଟିଏ ମଧ୍ୟ ଦିଆଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଘର, ବିଧବା ଭତ୍ତା ପ୍ରଦାନରେ ଅବହେଳା କରାଯାଇଛି। ସରକାରୀ ସାହାଯ୍ୟ ହିସାବରେ ୫ କେଜି ଚାଉଳ ପାଉଛନ୍ତି। ଏଥିରେ ଦୁଇ ପିଲାଙ୍କ ସହ ଭାଙ୍ଗି ଯାଇଥିବା ଚାଳ ଘରେ ଜରି ପାଲ ପକାଇ ବର୍ଷା ଓ ଖରା ଦିନେ ଜୀବନ ଅତିବାହିତ କରୁଛନ୍ତି। ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କୌଣସି ପ୍ରକାର ସୁବିଧା ମିଳିପାରିନାହିଁ।
ସେହିପରି ମାନସିକ ରୋଗୀରେ ପୀଡ଼ିତ ଶେଖ୍‌ ସୌରୁଦ୍ଦିନଙ୍କ ପରିବାରବର୍ଗଙ୍କୁ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ସୌରୁଦ୍ଦିନ କୁଆଡେ ଚାଲି ଯାଇଥିବାବେଳେ ସ୍ତ୍ରୀ ଝୁମୁରୀ ଏବଂ ତାଙ୍କ ୧୬, ୫ ଓ ୩ ବର୍ଷ ବୟସ୍କା ଝିଅ ଏବେ କୋରେଇ ସିଏଚ୍‌ସି ନିକଟସ୍ଥ ରାଧାରମଣ ହାଇସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ୩ ଝିଅ ଘର ଘର ବୁଲି ଭିକ୍ଷା ମାଗିଲେ ପରିବାର ଚଳୁଛି। ଶନିବାର ରାତିରେ ମେଡିକାଲ ଛକ ମୀନା ବଜାରରେ ୩ ଝିଅଙ୍କୁ ବୁଲାବୁଲି କରୁଥିବାର ଦେଖି କେତେଜଣ ବ୍ୟକ୍ତି ସେମାନଙ୍କୁ କିଛି ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ହେଲେ ପ୍ରଶାସନ ସତେ ଯେମିତି ଏହି ପରିବାରଙ୍କ ପ୍ରତି କୌଣସି ସହଯୋଗ ନ କରିବାକୁ ପ୍ରତିଜ୍ଞା ନେଇଥିବା ମନେ ହେଉଛି। ୨୦ା୯ା୨୦୨୨ରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଉକ୍ତ ପରିବାରବର୍ଗଙ୍କୁ ଉଦ୍ଧାର କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତିକୁ ୫ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ପ୍ରଶାସନ ଚେଇଁ ଶୋଇଥିବା ପରି ମନେ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗୀୟ ମୋବାଇଲ ୟୁନିଟକୁ ପଠାଯାଇଥିଲା। କିନ୍ତୁ ସେମାନେ ମା’ ଓ ଝିଅଙ୍କୁ ନ ପାଇ ଫେରି ଆସିଛନ୍ତି। ପୁଣି ସେମାନଙ୍କୁ ଉଦ୍ଧାର କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri