ବାହାଘର କଥା ନେଇ ମୁହଁ ଖୋଲିଲେ ଭିକି!

ମୁମ୍ବାଇ:ବଲିଉଡ୍‌ରେ ଭିକି କୌଶଲ ଓ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କୁ ନେଇ ଚର୍ଚ୍ଚା ଚାଲିଛି। ବହୁ ଦିନ ଧରି ଉଭୟ ଡେଟରେ ଯିବା ସହ ଦୁହିଁକୁ ଅନେକ ସମୟରେ ସାଙ୍ଗରେ ଦେଖିବାକୁ ମିଳିଛି। ପରସ୍ପର ପ୍ରେମ ସମ୍ପର୍କରେ ଥିବା ସହ ବିବାହ ନିର୍ବନ୍ଧ କରିଥିବା ମଧ୍ୟ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ ଏ ନେଇ ସେମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଦୁହେଁ ବିବାହ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିକଟରେ ଏକ ସାକ୍ଷାତକାରରେ ଭିକି କହିଛନ୍ତି, ସମୟ ଆସିଲେ ସେ ବିବାହ ବନ୍ଧନରେ ବାନ୍ଧି ହେବେ। ସେ ଖୁବ୍‌ ଶୀଘ୍ର ବିବାହ କରିବା ନେଇ ସୂଚନା ଦେଇଛନ୍ତି । ତେବେ ସେ କାହାକୁ ବିବାହ କରିବେ ତାଙ୍କ ନାମ ପ୍ରକାଶ କରିନାହାନ୍ତି। ଅଭିନେତା ଏବେ ତାଙ୍କ ଫିଲ୍ମ ‘ସର୍ଦ୍ଦାର ଉଦାମ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

Share