ସ୍ବାମୀଙ୍କୁ ଏମିତି କାମ କରିବାକୁ ମନା କରନ୍ତି କ୍ୟାଟ୍ରିନା

ବଲିଉଡର ହ୍ୟାଣ୍ଡ୍‌ସମ୍‌ ତଥା ଦକ୍ଷ ଅଭିନେତା ବିକି କୌଶଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରାୟତଃ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ବିକି ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ଏଭଳି ଭିଡିଓକୁ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ ପସନ୍ଦ କରନ୍ତି ନାହିଁ। କେବଳ ଏତିକି ନୁହେଁ, ସେ ତାଙ୍କୁ ଏଭଳି ଭିଡିଓ ପୋଷ୍ଟ କରିବାକୁ ମଧ୍ୟ ମନା କରିଛନ୍ତି।
ବିକି ଶେୟାର କରିଥିବା ଭିଡିଓରେ ସେ ତାଙ୍କର ଆଗାମୀ ଫିଲ୍ମ ଗୋବିନ୍ଦା ନାମ ମେରାରୁ ‘କ୍ୟା ବାତ୍‌ ହୈ ୨.୦’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ମୋ ସ୍ତ୍ରୀ ମୋତେ ଏପରି ଭିଡିଓ ଅପଲୋଡ ନ କରିବାକୁ ଅନୁରୋଧ କରନ୍ତି, କିନ୍ତୁ ମୁଁ ନିଜକୁ ରୋକିପାରୁନାହିଁ। ଆଶାକରେ ଦିନ ଆସିବ ସେ କହିବେ ‘କ୍ୟା ବାତ୍‌ ହୈ’।
ବିକି କୌଶଲ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ଭୂମି ପେଡନେକରଙ୍କୁ ‘ଗୋବିନ୍ଦା ନାମ ମେରା’ରେ ମଧ୍ୟ ଦେଖିବାକୁ ମିଳିବ। ଶଶାଙ୍କ ଖୈତାନ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଡିଜ୍‌ନି ପ୍ଲସ ହଟଷ୍ଟାରରେ ଡିସେମ୍ବର ୧୬, ୨୦୨୨ ରୁ ଷ୍ଟ୍ରିମ ହେବ।

Share