ଏକାସାଙ୍ଗରେ ୪ କାମ କରୁଛନ୍ତି ବିକି

ବଲିଉଡ୍‌ ଅଭିନେତା ବିକି କୌଶଲ ବିବାହ ପରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏବେ ଇନ୍ଦୋରରେ ଶୁଟିଂ କରୁଛନ୍ତି। ଶୁଟିଂ ପରେ ବିକି ସନ୍ଧ୍ୟାରେ ସୂର୍ଯ୍ୟାଦୋୟ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ବିକି ତାଙ୍କ ଅଫିସିଆଲ ସ୍‌ଇନଷ୍ଟା ଷ୍ଟୋରୀ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ବିକି ଏକା ସାଙ୍ଗରେ ୪ଟି କାମ କରୁଥିବା ଜଣାପଡିଛି। ଏହି ଫଟୋଟି ସୂର୍ଯ୍ୟାସ୍ତର ଅଟେ। କ୍ୟାପସନ୍‌ରେ ବିକି ଲେଖିଛନ୍ତି – ସୂର୍ଯ୍ୟାସ୍ତ, ସ୍କ୍ରିପ୍ଟ, କଫି ଏବଂ ଗାଜର ହାଲଓ୍ବା।
କ୍ୟାଟ୍ରିନା ଏବଂ ଭିକି ଡିସେମ୍ବର ୯ ରେ ରାଜସ୍ଥାନର ସୱାଇ ମାଧୋପୁରରେ ବିବାହ କରିଥିଲେ। ଏହି ବିବାହକୁ ରାଜକୀୟ କରିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବିବାହ ପରେ ଉଭୟ ବିକି ଏବଂ କ୍ୟାଟ୍ରିନା ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି। ବିକି ଇନ୍ଦୋରରେ ନିଜର ଆଗାମୀ ଫିଲ୍ମ ଶୁଟିଂ କରୁଥିବାବେଳେ କ୍ୟାଟ୍ରିନା ମାଳଦ୍ୱୀପରେ ବିଜ୍ଞାପନ ଶୁଟିଂ କରୁଛନ୍ତି।

Share