ଭିକି-କ୍ୟାଟ୍ରିନା: କିଛିକଥା

ଭିକି କୌଶଲ ହୁଅନ୍ତୁ ଅବା କ୍ୟାଟ୍ରିନା କୈଫ-ବଲିଉଡ୍‌ରେ ନିଜ ଅଭିନୟ ଦକ୍ଷତା ବଳରେ ଦୁହେଁ ଦର୍ଶକାଦୃତି ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଦୁହିଁଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ହାଇପ୍ରୋଫାଇଲ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚଳିତ ମାସ ୭ରୁ ୯ ପର୍ଯ୍ୟନ୍ତ ଏହି ମ୍ୟାରେଜ ସେରିମନି ରାଜସ୍ଥାନର ଯୋଧପୁରରେ ଚାଲିବ। ହିନ୍ଦୁ ପ୍ରଥା ଅନୁସାରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବଲିଉଡ୍‌ର ରଥୀ ମହାରଥୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଯୋଡ଼ିଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ରୋଚକ କଥା ରହିଛି। ହଂକଂରେ ଜନ୍ମିତା କ୍ୟାଟ୍ରିନା ମାତ୍ର ୧୪ ବର୍ଷ ବୟସରୁ ମଡେଲିଂ ସହ ଜଡ଼ିତ ଥିଲେ। ଅଭିନୟ ବ୍ୟତୀତ ସେ ନୃତ୍ୟ ଏବଂ ସଙ୍ଗୀତ ଶୁଣିବାରେ ରୁଚି ରଖନ୍ତି। କ୍ୟାଟ୍ରିନା ଅଭିନୟ କରିଥିବା ପ୍ରତିଟି ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ବମ୍ବେସ୍ଥିତ ସିଦ୍ଧି ବିନାୟକ ମନ୍ଦିର, ମାଉଣ୍ଟ ମେରି ଚର୍ଚ୍ଚ ଏବଂ ଆଜମେର ସରିଫ ଦରଘା ଦର୍ଶନ କରିଥାଆନ୍ତି। ଅଭିନୟ ପୂର୍ବରୁ କ୍ୟାଟ୍ରିନାଙ୍କ ପ୍ରକୃତ ନାମ ଥିଲା ଇସାବେଲା କୈଫ। ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ତାଙ୍କୁ ଏହି ନାମ ପରିବର୍ତ୍ତନ କରି କ୍ୟାଟ୍ରିନା କୈଫ ରଖିବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କ୍ୟାଟ୍ରିନା ନାମରେ ପରିଚିତ ହୋଇଥିଲେ। ଅନ୍ଧାରକୁ ଭାରି ଭୟ କରନ୍ତି ଏହି ଅଭିନେତ୍ରୀ। ଆୟେଶା ଶ୍ରଫଙ୍କ ପ୍ରଯୋଜିତ ‘ବୁମ୍‌’ରେ ପ୍ରଥମେ ବ୍ରେକ୍‌ ମିଳିଥିଲା। ତା’ପରେ ‘ସିଂ ଇଜ୍‌ କିଙ୍ଗ’, ‘ଅଜବ ପ୍ରେମ୍‌ କି ଗଜବ କାହାନୀ’, ‘ଜିନ୍ଦେଙ୍ଗୀ ନା ମିଲେଗି ଦୋବାରା’, ‘ବଡିଗାର୍ଡ’ ଏବଂ ‘ଏକ ଥା ଟାଇଗର’ ଆଦି ସିନେମାରେ ଅଭିନୟ କରିସାରିଛନ୍ତି ସେ।
ଅନ୍ୟପକ୍ଷରେ ବମ୍ବେରେ ଜନ୍ମିତ ଭିକି କୌଶଲ ଅଭିନୟ ବ୍ୟତୀତ ବହି ପଢ଼ିବା, ଡ୍ୟାନ୍ସ ଏବଂ ଟ୍ରାଭେଲିଂରେ ରୁଚି ରଖନ୍ତି। ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ତାଙ୍କୁ ଚାକିରି ପାଇଁ ଅଫର ମିଳିଥିଲା। ହେଲେ ସେ ଅଭିନେତା ହେବାର ନିଶା ତାଙ୍କୁ ପାଗଳ କରିଦେଇଥିଲା। ସେ ଚାକିରିରେ ଯୋଗ ନ ଦେଇ ଆକ୍ଟିଂ ପ୍ରତି ମନୋନିବେଶ କରିଥିଲେ। ବଡ଼ ପରଦାରେ ମୁହଁ ଦେଖାଇବା ପୂର୍ବରୁ କିଶୋର ନମିତ କପୁରଙ୍କ ଅଧୀନରେ ସେ ଆକ୍ଟିଂ ଓ୍ବାର୍କଶପରେ ଯୋଗ ଦେଇଥିଲେ। ସେଠାରେ ସେ ଶତାଧିକ ଥିଏଟର ନାଟକରେ ଅଭିନୟ କରି ନିଜକୁ ଜଣେ ନାମୀ ଥିଏଟର ଅଭିନେତା ଭାବରେ ପରିଚିତ କରାଇଥିଲେ। ଭାରତୀୟ ଖାଦ୍ୟ ବ୍ୟତୀତ ଚାଇଜିନ୍‌ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି ଭିକି। ତାଙ୍କର ମନ ପସନ୍ଦର ଅଭିନେତା ହେଲେ ହ୍ରିତିକ ରୋଶନ ଏବଂ ନଓ୍ବାଜଉଦ୍ଦିନ୍‌ ସିଦ୍ଦିକ। ଭିକିଙ୍କ ଅଭିନୀତ ‘ମାସାନ୍‌’ ପାଇଁ ସେ ୮ କିଗ୍ରା ଓଜନ କମାଇଥିଲେ। ଏହି ଫିଲ୍ମଟି ତାଙ୍କୁ ରାତାରାତି ଷ୍ଟାର ମାନ୍ୟତା ପ୍ରଦାନ କରିଥିଲା। ଏଥିପାଇଁ ସେ ସମ୍ମାନଜନକ ଆଇଫା ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଥିଲେ। ଏହାବ୍ୟତୀତ ‘ରମନ ରାଘବ ୨.୦’, ‘ରାଜି’, ‘ସଞ୍ଜୁ’, ‘ମନମର୍ଜିୟା’ ଏବଂ ‘ଉରି-ସର୍ଜିକାଲ ଷ୍ଟାଇକ୍‌’ ଆଦି ଫିଲ୍ମ ତାଙ୍କ କ୍ୟାରିୟରକୁ ଆହୁରି ମାଇଲେଜ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri