ବିବାହ ବାର୍ଷିକୀ ପାଳନ କଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଆଜି ଅର୍ଥାତ୍‌ ଡିସେମ୍ବର ୯ରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ସକାଳୁ ସେମାନଙ୍କ ପ୍ରଶଂସକମାନେ ଉଭୟଙ୍କ ପୋଷ୍ଟକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା ଶେଷ ହୋଇଛି ଏବଂ ଏହି ସେଲିବ୍ରିଟି ଦମ୍ପତି ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। କ୍ୟାଟ୍ରିନା ଏବଂ ଭିକି ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେୟାର କରି ବିବାହ ବାର୍ଷିକୀ ପାଳନ କରିଛନ୍ତି।

କ୍ୟାଟ୍ରିନା ଏବଂ ଭିକି ସେମାନଙ୍କର ବିବାହର ଫଟୋ ସହିତ ସେମାନଙ୍କର କିଛି ବ୍ୟକ୍ତିଗତ ମୁହୂର୍ତ୍ତ ଶେୟାର କରିଛନ୍ତି। ଉଭୟ ପରସ୍ପର ପାଇଁ ଲଭ୍‌ ନୋଟ୍‌ ମଧ୍ୟ ଲେଖିଛନ୍ତି। ଫଟୋ ଶେୟାର କରିବାବେଳେ କ୍ୟାଟ୍ରିନା ଲେଖିଥିଲେ,‘ମୋର ଆଲୋକର କିରଣ, ଗୋଟିଏ ବର୍ଷ ଖୁସି …’ ଏହା ସହିତ ସେ ହାର୍ଟ ଇମୋଜି ଶେୟାର କରିଛନ୍ତି।

ସେହିପରି ଭିକି ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଶେୟାର ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ଭିକି ଲେଖିଛନ୍ତି, ସମୟ ଶୀଘ୍ର ଅତିକ୍ରମ କଲା … କିନ୍ତୁ ଏହା ତୁମ ସହିତ ଯାଦୁଗରୀ ଭାବରେ ବିତିଗଲା। ଆମର ବିବାହ ବାର୍ଷିକୀ ପାଇଁ ଅଭିନନ୍ଦନ। ମୁଁ ତୁମ କଳ୍ପନା ଅପେକ୍ଷା ତୁମକୁ ଅଧିକ ଭଲ ପାଏ।

Share