ଫିଲ୍ମ ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ଭିକ୍କି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ସାମ୍‌ ବାହାଦୁର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଭିକ୍କି ଅମୃତସହରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ମନ୍ଦିର ସହ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି। ତାଙ୍କ ସହିତ ଫିଲ୍ମ ନିର୍ଦ୍ଦେଶକ ମେଘ୍ନା ଗୁରଜାର ଏବଂ ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍‌ ପୂର୍ବରୁ ସଫଳ କାମନା ପାଇଁ ସେମାନେ ମନ୍ଦିର ଦର୍ଶନ କରିଥିବା ଜଣାପଡ଼ିଛି। ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ ଭିକ୍କି ପ୍ରଥମେ ନତମସ୍ତକ ହୋଇ ପ୍ରାର୍ଥନା କରିଥିଲେ। ପରେ ଗୁରୁବାଣୀଙ୍କ କଥା ଶୁଣିଥିଲେ। ଏହାପରେ ସେ ସରୋବର ପରିକ୍ରମା କରିଥିଲେ। ଏହି ସମୟରେ କିଛି ପ୍ରଶଂସକଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା। ଭିକ୍କିଙ୍କ ଆଗାମୀ ଚଳଚ୍ଚିତ୍ର ‘ସାମ ବାହାଦୁର’କୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ଟ୍ରେଲର ମଧ୍ୟ କିଛି ସମୟ ପୂର୍ବରୁ ଲଞ୍ଚ ହୋଇଛି। ଟ୍ରେଲର ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଆହୁରି ଉତ୍ସାହ ବଢିଯାଇଛି। ଏହି ଫିଲ୍ମ ଆସନ୍ତା ୨ରେ ମୁକ୍ତିଲାଭ କରିବ। ୨୦୧୨ରେ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ ଦି ଗ୍ରେଟ୍‌ ଇଣ୍ଡିଆନ ଫ୍ୟାମିଲି’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ହାତରେ ଆଉ ୩ଟି ଫିଲ୍ମ ରହିଛି।

Share