Categories: ଖେଳ

ଯୋଗଦେଲେ ଭାରତର ଉପରାଷ୍ଟ୍ରପତି

ଦୋହା, ୨୧ା୧୧ (ପି.ଟି.): ଫିଫା ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର। କାତାର ଏମିର ଶେଖ୍‌ ତମିମ ବିନ୍‌ ହମାଦ ଅଲ୍‌ ଥାନିଙ୍କ ଆମନ୍ତ୍ରଣ କ୍ରମେ ଧନକର ଦୁଇଦିନିଆ କାତାର ଗସ୍ତରେ ଯାଇଛନ୍ତି। ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗଦାନ ବ୍ୟତୀତ ଭାରତୀୟ ସମ୍ପ୍ରଦାୟଙ୍କ ସହ ବାର୍ତ୍ତାଳାପ କରିବେ। ଭାରତ ଓ କାତାର ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି।

ବାଣିଜ୍ୟ, ଶକ୍ତି, ସୁରକ୍ଷା, ପ୍ରତିରକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ଶିକ୍ଷା ସମେତ ଅନ୍ୟ କେତେକ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାର୍ଟନରଶିପ୍‌ ରହିଛି। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ୧୫ ବିଲିୟନ ଆମେରିକୀୟ ଡଲାର (୧ ବିଲିୟନ=୧୦୦କୋଟି) ବାଣିଜ୍ୟ କାରବାର ହୋଇଛି। କାତାରରେ ୮୪୦,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ରହିଛନ୍ତି। ଆସନ୍ତାବର୍ଷ ଦୁଇ ଦେଶ ମଧ୍ୟରେ ରହିଥିବା କୂଟନୈତିକ ସମ୍ପର୍କର ୫୦ବର୍ଷ ପୂର୍ତ୍ତି ପାଳନ ହେବ।

Share