Categories: ଖେଳ

ବିସିସିଆଇ ମିଡିଆ ରାଇଟସ୍‌: ବାଜି ମାରିଲା ଭାଏକମ ୧୮

ନୂଆଦିଲ୍ଲୀ,୩୧।୮: ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ହାସଲ କରିବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଇ-ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥର ଭାଏକମ ୧୮ ଟିମ ଇଣ୍ଡିଆର ଅନ୍ତର୍ଜାତୀୟ ଘରୋଇ ମ୍ୟାଚ ର ଟିଭି ଏବଂ ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଛ। ଏହା ସହିତ ବର୍ତ୍ତମାନ ଏହି ଚୁକ୍ତି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଘରୋଇ ଦିନିକିଆ ସିରିଜରୁ ଆରମ୍ଭ ହେବ। ଡିଜ୍‌ନୀ ଷ୍ଟାର ମଧ୍ୟ ଟିମ ଇଣ୍ଡିଆ ମ୍ୟାଚର ମିଡିଆ ଅଧିକାର ପାଇବା ପାଇଁ ଦୌଡ଼ରେ ଥିଲା, କିନ୍ତୁ ସେ ସଫଳ ହୋଇପାରିଲା ନାହିଁ।
ଟିମ ଇଣ୍ଡିଆର ଘରୋଇ ମ୍ୟାଚ ଟେଲିକାଷ୍ଟ ଅଧିକାର ପୂର୍ବରୁ ଗତ ୧୧ ବର୍ଷ ଧରି ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ପାଖରେ ଥିଲା। ବର୍ତ୍ତମାନ ଭାଏକମ ୧୮ ସେମାନଙ୍କୁ ପଛରେ ପକାଇ ଡିଜିଟାଲ ତଥା ଟିଭିରେ ଅଧିକାର ହାସଲ କରିଛି। ଭାଏକମ ୧୮ ଗୋଟିଏ ମ୍ୟାଚ ପାଇଁ ୬୭.୮ କୋଟି ଟଙ୍କା ଟେଣ୍ଡର କରିଛି, ଯାହା ଗତଥର ତୁଳନାରେ ୭.୮ କୋଟି ଟଙ୍କା ଅଧିକ।
ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ଠାରୁ ଆରମ୍ଭ କରି ଭାଏକମ ୧୮ ଆସନ୍ତା ୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ୬୬ଟି ଅନ୍ତର୍ଜାତୀୟ ମ୍ୟାଚ ପ୍ରଦର୍ଶନ କରିବାର ସୁଯୋଗ ପାଇବ। ଏହି ଚୁକ୍ତି ମାର୍ଚ୍ଚ ୨୦୨୮ ମାସରେ ଶେଷ ହେବ। ବର୍ତ୍ତମାନ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ର ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ ରେ ହେବ।
ଆସନ୍ତା ୫ ବର୍ଷ ପାଇଁ ବିସିସିଆଇରୁ ମିଡିଆ ଅଧିକାର ହାସଲ କରିବା ସହିତ। ଭାଏକମ ୧୮ ବର୍ତ୍ତମାନ ଆହୁରି ଅନେକ କ୍ରୀଡା ଇଭେଣ୍ଟ ଟେଲିକାଷ୍ଟ କରିବାର ଅଧିକାର ପାଇଛ। ଏଥିରେ ଆଇପିଏଲର ଡିଜିଟାଲ ପ୍ରସାରଣ ଅଧିକାର, ଟିଭି ଏବଂ ମହିଳା ପ୍ରିମିୟର ଲିଗର ଡିଜିଟାଲ ଅଧିକାର, ୨୦୨୪ ମସିହାରୁ ଭାରତରେ ଦକ୍ଷିଣ ଆଫ୍ରିକାର ଘରୋଇ ମ୍ୟାଚର ପ୍ରସାରଣ ଅଧିକାର, ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜ, ଦକ୍ଷିଣ ଆଫ୍ରିକା ଟି-୨୦, ଏନ୍‌ବିଏ, ସିରିଜ ଏ ପ୍ରସାରଣ ଅଧିକାର ରହିଛି।

Share