ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ ୨୦୨୪ ନଭେମ୍ବର ୧ରୁ ୨୦୨୫ ମେ ପର୍ଯ୍ୟନ୍ତ ଟ୍ରଲର, ଡଙ୍ଗା, ବୋଟରେ ମାଛଧରା ଉପରେ କଟକଣା ଜାରି କରାଯାଇଛି। ହେଲେ ବ୍ଲକ ଅଧୀନ ତନ୍ତିଆପାଳ, ରଟପଙ୍କ, ଶାସନପେଟା, ନରସିଂହପୁର ଓ ସୁନୀତି ଗଁାରେ କେତେଜଣ ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରେ ୨୦ରୁ ଊର୍ଦ୍ଧ୍ୱ ବାଉଁଶରେ ଭିଏଚ୍‌ଏଫ୍‌ (ଭେରି ହାଇ ଫ୍ରିକ୍ୟୁଏନି୍ସ ରେଡିଓ ଟ୍ରାଞ୍ଜିଷ୍ଟର) ଟାଓ୍ବାର ଲାଗିଛି। ଏହା ମାଧ୍ୟମରେ ସମୁଦ୍ରରେ ମାଛ ଧରୁଥିବା ଡ୍ରାଇଭର ଓ ମତ୍ସ୍ୟଜୀବୀଙ୍କୁ ଗୁପ୍ତରେ ବାର୍ତ୍ତା ଦିଆଯାଉଛି। ଏ ସମ୍ପର୍କରେ ଧରିତ୍ରୀରେ ଅଲିଭ ରିଡ୍‌ଲେ କଇଁଛଙ୍କୁ ବାଉଁଶ ଟାଓ୍ବାର ବିପଦ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଏହା ପରେ ବନ ବିଭାଗ ପକ୍ଷରୁ କେବଳ ମାମଲା ରୁଜୁ ହୋଇଛି। ହେଲେ ଉପରୋକ୍ତ ଗଁାର ଟ୍ରଲର ଡ୍ରାଇଭର ଓ ମତ୍ସ୍ୟଜୀବୀଙ୍କ ଘର ଛାତ ଉପରେ ଲାଗିଥିବା ଟାଓ୍ବାରକୁ ହଟାଯାଉନାହିଁ, ଯାହାକି ଆଭ୍ୟନ୍ତରୀଣ ଉପକୂଳ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏମାନେ ବେଆଇନ ଭାବେ ଯନ୍ତ୍ର ବସାଇ ଗଭୀର ସମୁଦ୍ରରେ ଟ୍ରଲରରେ ମାଛ ଧରିବାବେଳେ ଡ୍ରାଇଭରଙ୍କ ଘରୁ ଗୁପ୍ତରେ କଲ୍‌ ଯାଉଛି। ଫଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଯିବା ପୂର୍ବରୁ ଗଭୀର ସମୁଦ୍ରରେ ଟ୍ରଲର ସହ ଡ୍ରାଇଭର ଓ ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳ ଛାଡ଼ି ପଳାଉଛନ୍ତି। ଏଥିଯୋଗୁ ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛି।
ତନ୍ତିଆପାଳ ଶାସନ ପେଟା ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀ ଶଶାଙ୍କ କୁମାର ମଣ୍ଡଳ କହିିଛନ୍ତି, ଆମେ ଛୋଟ ଛୋଟ ଡିଙ୍ଗି ନେଇ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ବନ ବିଭାଗ ଆମକୁ ଧରି ଆଖି ଦେଖାଉଛିି। ଟ୍ରଲର ମାଲିକମାନେ ଟ୍ରଲରରେ ନିୟୋଜିତ ଡ୍ରାଇଭର ଓ ମତ୍ସ୍ୟଜୀବୀମାନଙ୍କ ଘରେ ଭିଏଚ୍‌ଏଫ୍‌ ଟାଓ୍ବାର ସ୍ଥାପନ କରିଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ସେହିପରି ଟାୱାରଗୁଡ଼ିକ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚାଲୁଥିବା ବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ବନ ବିଭାଗ, ତନ୍ତିଆପାଳ ସାମୁଦ୍ରିକ ଥାନା, ଜିଲା ପୋଲିସ, ଗୋଇନ୍ଦା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଫଳରେ ବାଲେଶ୍ୱର, ବଳରାମଗଡ଼ି, ଭଦ୍ରକ, ଧାମରା, କଷାଫଳ, ଦୀଘା, ପଶ୍ଚିମବଙ୍ଗ ଅଞ୍ଚଳର ମାଲିକଙ୍କର ଶହ ଶହ ଟ୍ରଲର ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦବଦବା ଜାହିର କରିବାରେ ସକ୍ଷମ ହୋଇଛନ୍ତି। ଫଳରେ ସେମାନେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରୁ ମୂଲ୍ୟବାନ ମାଛ ଧରି ମାଲାମାଲ୍‌ ହେଉଥିବା କୁହାଯାଇଛି। ଏହି ଭିଏଚ୍‌ଏଫ୍‌ ମୂଲ୍ୟ ୪୦ରୁ ୫୦ ହଜାର ଟଙ୍କା ରହିଛି ବୋଲି ନିଜର ନାମ ଗୋପନ ରଖିବା ସର୍ତ୍ତରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀ କହିଛନ୍ତି। କୂଳଠାରୁ ୫୦ ନଟିକାଲ ମାଇଲ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ଟ୍ରଲର ମାଛ ଧରିବା ବେଳେ ଏହି ଟାଓ୍ବାରରୁ ଆଗୁଆ ସୂଚନା ଯାଉଛି। ଟ୍ରଲର ମାଡ଼ ଓ ଗାଞ୍ଜ ଜାଲରେ ପଡ଼ି ଅକାଳରେ ଅଲିଭ ରିଡଲେ କଇଁଛମାନଙ୍କ ଜୀବନ ଯାଉଛି। ଫଳରେ କଇଁଛଙ୍କ ମୃତଦେହ ବେଳାଭୂମିରେ ଦେଖିବକୁ ମିଳୁଛି। ଏହି ମଲା କଇଁଛ କୁକୁର, ବିଲୁଆ, କାଉଙ୍କ ଆହାର ପାଲଟିଛି। ସେହିପରି ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କ ବଦଳି ପରେ ସହକାରୀ ବନ ସଂରକ୍ଷକ ତଥା ଭିତରକନିକା ରେଞ୍ଜ ଅଧିକାରୀ ମାନସ କୁମାର ଦାସ ଶୁକ୍ରବାର ଅପରାହ୍ନରେ (ଭାରପ୍ରାପ୍ତ ଭାବେ) ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ଭିଏଚ୍‌ଏଫ୍‌ ଟାଓ୍ବାର ସ୍ଥାପନ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶିତ ପରେ ଜିଲା ପ୍ରଶାସନ ଅବଗତ ହୋଇଛି। ଏ ନେଇ ଏକ ମାମଲା ପଞ୍ଜୀକୃତ ହୋଇଛି। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ରାତିରେ ତନ୍ତିଆପାଳ ଗଁାର ଜଣେ ବ୍ୟକ୍ତିଙ୍କ ଘର ଉପରେ ଲାଗିଥିବା ଭିଏଚ୍‌ଏଫ ମେଶିନ୍‌କୁ ତନ୍ତିଆପାଳ ସାମୁଦ୍ରିକ ଥାନା ଏଏସ୍‌ଆଇ ଲକ୍ଷ୍ମଣ ମିଶ୍ର ଜବତ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri