ସଙ୍କଟରେ ପ୍ରାଣୀ ଚିକିତ୍ସା

ଭଦ୍ରକ ଅଫିସ/ ନୟାଗଡ଼ ଅଫିସ୍‌/ ପାରଳାଖେମୁଣ୍ଡି (ଡି.ଏନ୍‌.ଏ.) ୧୨।୧୨(ସନାତନ ରାଉତ/ ଲୋକନାଥ ମିଶ୍ର/ ଗିରିଧାରୀ ପରିଚ୍ଛା)
ଓଡ଼ିଶାର ବିଭିନ୍ନ ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ପ୍ରାଣୀ ସମ୍ପଦ ହେଉଛି କୃଷି ବିଭାଗର ମେରୁଦଣ୍ଡ। ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ, ଘୁଷୁରି ଆଦି ପ୍ରାଣୀ ପାଳନ କରି ବହୁ ପରିବାର ପ୍ରତିପୋଷଣ ହେଉଛନ୍ତି। କିନ୍ତୁ ପ୍ରାଣୀ ସମ୍ପଦର ଚିକିତ୍ସା କ୍ଷେତ୍ରରେ ଦେଖାଯାଇଥିବା ଅବହେଳାରୁ ରାଜ୍ୟ ସରକାର ପ୍ରାଣୀ ସମ୍ପଦର ଉନ୍ନତୀକରଣ ଓ ଲାଳନପାଳନକୁ ଗୁରୁତ୍ୱ ଦେଉ ନ ଥିବା ପରି ମନେହେଉଛି। ବିଭିନ୍ନ ଜିଲାରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଠାରୁ ଆରମ୍ଭ କରି ନିରୀକ୍ଷକ ପର୍ଯ୍ୟନ୍ତ ପ୍ରାୟ ୫୦% ପଦବୀ ଖାଲିପଡ଼ିଥିବାରୁ ପ୍ରାଣୀ ଚିକିତ୍ସା ସଙ୍କଟ ମଧ୍ୟରେ ଗତି କରୁଛି। ଫଳରେ ପ୍ରାଣୀ ସମ୍ପଦକୁ ଜୀବିକା ଭାବେ ଗ୍ରହଣ କରିଥିବା ଲୋକମାନେ ଏବେ ଏହି ବୃତ୍ତିରୁ ମୁହଁ ଫେରାଇବାକୁ ଲାଗିଲେଣି।
ସୂଚନାଥାଉ କି, ରାଜ୍ୟରେ ୩୩୩୦ ପଦବୀ ରହିଥିବାବେଳେ ସେଥିମଧ୍ୟରୁ ୧୪୯୮ ପ୍ରାଣୀ ନିରୀକ୍ଷକ ପଦବୀ ଖାଲି ରହିଛି। ନିକଟରେ ଗତ ସେପ୍ଟେମ୍ବର ୨୦ରେ ସରକାର ୫୮୮ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦେଇଛନ୍ତି। କିନ୍ତୁ ସେମାନେ ଦୁଇବର୍ଷ ପ୍ରଶିକ୍ଷଣ ଶେଷ ପରେ ବିଭିନ୍ନ ଜିଲାରେ କାର୍ଯ୍ୟରେ ଯୋଗଦେବେ। ଏଥିସହ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ ନ ଥିବାରୁ ସେହି ଗୋଟିଏ ପଦବୀରେ ଚାକିରି କରି ଅବସର ନେବାକୁ ପଡୁଛି। ଗ୍ରାମ୍ୟ କୃଷି କର୍ମଚାରୀ, ଫାର୍ମାସିଷ୍ଟମାନଙ୍କ ପଦୋନ୍ନତି ହେଉଥିବାବେଳେ ସମାନ କ୍ୟାଡରର ପ୍ରାଣୀ ନିରୀକ୍ଷକଙ୍କ ପଦୋନ୍ନତି ହେଉନାହିଁ। ଅନ୍ୟପକ୍ଷରେ କୃତ୍ରିମ ପ୍ରଜନନ କ୍ଷେତ୍ରରେ ନିରୀକ୍ଷକମାନେ ଶୋଷଣର ଶିକାର ହେଉଛନ୍ତି। ମାଈ ବାଛୁରି ପ୍ରଜନନ ପାଇଁ ୧୮୦ ଟଙ୍କା ଗୋପାଳକଙ୍କଠାରୁ ଆଦାୟ କରାଯିବାକୁ ନିର୍ଦ୍ଦେଶ ଥିବାବେଳେ ଅଧିକାଂଶ ଗୋପାଳକ ଦେବାକୁ ଅରାଜି ହେଉଥିବାରୁ ନିରୀକ୍ଷକମାନଙ୍କୁ ହାତରୁ ଦେବାକୁ ପଡ଼ୁଛି।
ଭଦ୍ରକ ଜିଲାର ୭ ବ୍ଲକର ୨୧୮ ପଞ୍ଚାୟତରେ ପ୍ରାଣୀ ଚିକିତ୍ସା ପାଇଁ ୧୧୪ ପ୍ରାଣୀ ନିରୀକ୍ଷକ କେନ୍ଦ୍ର ଥିବାବେଳେ ମାତ୍ର ୬୨ ନିରୀକ୍ଷକ ଅଛନ୍ତି। ଖାଲିପଡ଼ିଛି ୫୨ ପଦବୀ। ଭଦ୍ରକ ସଦର ବ୍ଲକରେ ୨୭ଟି କେନ୍ଦ୍ରରେ ୧୪ ପ୍ରାଣୀ ନିରୀକ୍ଷକ ନିଯୁକ୍ତ ଥିବାବେଳେ ୧୩ ପଦବୀ ଖାଲି ରହିଛି। ସେହିପରି ବନ୍ତରେ ୧୩ କେନ୍ଦ୍ରରୁ ୬, ଭଣ୍ଡାରିପୋଖରୀରେ ୧୪ କେନ୍ଦ୍ରରୁ ୯, ଧାମନଗରରେ ୧୦ କେନ୍ଦ୍ରରୁ ୩, ଚାନ୍ଦବାଲିରେ ୧୩ କେନ୍ଦ୍ରରୁ ୬, ତିହିଡ଼ିରେ ୧୮ କେନ୍ଦ୍ରରୁ ୫ ଓ ବାସୁଦେବପୁରରେ ୧୯ କେନ୍ଦ୍ରରୁ ୧୦ ପଦବୀ ଖାଲିପଡ଼ିଛି। ୭ ବ୍ଲକରୁ ଭଣ୍ଡାରିପୋଖରୀରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ପଦବୀ ଖାଲିପଡ଼ିଥିବାବେଳେ ଭଦ୍ରକ, ବାସୁଦେବପୁର, ଭଣ୍ଡାରିପୋଖରୀ ଓ ବନ୍ତ ଏହି ୪ ବ୍ଲକରେ ଆଡିଶନାଲ ଭିଏଏସ୍‌ ନାହାନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତି ବ୍ଲକ ପାଇଁ ପ୍ରଚଳନ କରାଯାଇଥିବା ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ୭ ଭିଏସ୍‌ ପଦବୀରୁ ୩ଟି ଫାଙ୍କା ପଡ଼ିଛି। ୨୦୧୯ ପ୍ରାଣୀ ଗଣନା ଅନୁସାରେ ଜିଲାରେ ୩,୫୬,୧୩୮ ଦେଶୀ ଗୋରୁ, ୪୨,୪୧୨ ଜର୍ସି, ୩,୪୮୯ ମଇଁଷି, ୮୪୨ ମେଣ୍ଢା, ୧,୧୩,୫୯୧ ଛେଳି, ୨୭୦ ଘୁଷୁରି, ୭୦ ହଜାର ବ୍ୟବସାୟିକ ଅଣ୍ଡା ଦିଆ କୁକୁଡ଼ା, ୩,୪୨,୫୦୦ ଘରୋଇ ଅଣ୍ଡାଦିଆ କୁକୁଡ଼ା ଓ ୨୧୭୦ ବତକ ଅଛନ୍ତି। ଏହାବ୍ୟତୀତ ବିଭିନ୍ନ କୁକୁଡ଼ା ଫାର୍ମରେ ୬,୮୫,୦୦୦ କୁକୁଡ଼ା ରହିଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଗାଈ ଥିବା ୧୨ଟି ଡାଏରି ଫାର୍ମ ଅଛି। ପ୍ରାଣୀ ସଂଖ୍ୟା ତୁଳନାରେ ଚିକିତ୍ସା ସେବା ଯୋଗାଇବା ପାଇଁ ଆବଶ୍ୟକ ନିଯୁକ୍ତି ନାହିଁ। ଅପରପକ୍ଷେ ପ୍ରାଣୀ ନିରୀକ୍ଷକଙ୍କ ସଂଖ୍ୟା କେନ୍ଦ୍ର ତୁଳନାରେ କମ୍‌ ଥିବାରୁ ଚିକିତ୍ସା ଯୋଗାଇବାକୁ ଜଣେ ନିରୀକ୍ଷକଙ୍କୁ ୨ରୁ ଅଧିକ କେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏପଟେ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଥିବା ବେଳେ ନିରୀକ୍ଷକମାନଙ୍କୁ କାଳିଆ ଯୋଜନାରେ ନୋଡାଲ ଅଫିସର ଦାୟିତ୍ୱ ଓ କୋଭିଡ୍‌ ସେଣ୍ଟରରେ ନିଯୁକ୍ତ ରହିବା ପରି ଆନୁଷଙ୍ଗିକ ଦାୟିତ୍ୱ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଫଳରେ ପ୍ରାଣୀ ଚିକିତ୍ସା ବ୍ୟାହତ ହେବା ସହ ନିରୀକ୍ଷକମାନେ ଆକ୍ରୋଶର ଶିକାର ହେବା ଘଟଣା ନଜିର ରହିଛି। ଏ ସମ୍ପର୍କରେ ଭଦ୍ରକ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ଶୁଭେନ୍ଦୁ କୁମାର ମିଶ୍ର ଚିକିତ୍ସା ଓ ଟିକାକରଣ କ୍ଷେତ୍ରରେ ଆବଶ୍ୟକ ଚିକିତ୍ସକ ଏବଂ ନିରୀକ୍ଷକ ନ ଥିବାରୁ ତାଳ ଦେଇ ଚାଲିବା କଷ୍ଟକର ହେଉଛି ବୋଲି କହିଛନ୍ତି।
ନୟାଗଡ଼ ଜିଲାରେ ୨୦୧୯ ଗଣନା ଅନୁସାରେ ୨ ଲକ୍ଷ ୧୦ ହଜାର ୯୨ ଗୋରୁ ଅଛନ୍ତି। ଏଥିରୁ ବଳଦ ୭୯,୭୬୩ ଥିବାବେଳେ ୧, ୩୦,୩୨୯ ଗାଈ ଅଛନ୍ତି। ମୋଟ ଗାଈ ମଧ୍ୟରୁ ୫,୨୮୯ ଜର୍ସି ଗାଈ ଓ ୧ ଲକ୍ଷ ୨୫ ହଜାର ୪୦ ଦେଶୀ ଗାଈ ଅଛନ୍ତି। ସେହିପରି ୧୨,୩୬୩ ମଇଁଷି, ୩୫,୦୨୫ ମେଣ୍ଢା, ୧,୦୩,୩୪୧ ଛେଳି ଅଛନ୍ତି। ଅନ୍ୟପକ୍ଷେ ଜିଲାରେ ୩୨ ପ୍ରାଣୀ ଚିକିତ୍ସକ(ଭିଏସ୍‌) ପଦବୀ ଥିବାବେଳେ ୫ଟି ପଦବୀ ଖାଲି ରହିଛି। ୧୫ଟି ପ୍ରାଣୀ ଚିକିତ୍ସାଳୟ ଓ ଜିଲା ସଦର ମହକୁମାରେ ଗୋଟିଏ ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିଛି। ଅପରପକ୍ଷେ ଜିଲାର ୮ ବ୍ଳକରେ ୬୮ଟି ପ୍ରାଣୀଧନ ନିରୀକ୍ଷକ ସେଣ୍ଟର ଥିବାବେଳେ ୧୦ ସ୍ଥାନରେ ପ୍ରାଣୀଧନ ନିରୀକ୍ଷକ ନାହାନ୍ତି। ଏନେଇ ନୟାଗଡ଼ର ରାମଚନ୍ଦ୍ର ବେହେରା ନାମକ ଗୋପାଳକ କୁହନ୍ତି, ଦେଶୀ ଗାଈ ସଂଖ୍ୟା କମି ଚାଲିଛି। ଗଁାରେ ଆଉ ଗାଈ ଗୋଠ ଦେଖିବାକୁ ମିଳୁନି। ପ୍ରୋତ୍ସାହନ ଅଭାବରୁ ଲୋକମାନେ ଗୋପାଳନକୁ ଗୁରୁତ୍ୱ ଦେଉ ନାହାନ୍ତି। ଗୁପ୍ତପଲ୍ଲୀ ଗଁାର ଡାଏରି ଫାର୍ମ ମାଲିକ ବେଣୁଧର ନାୟକ କୁହନ୍ତି, ଗାଈଙ୍କୁ ରୋଗ ହେଲେ ପ୍ରାଣୀଧନ ନିରୀକ୍ଷକ ଆସି ସେବା ଯୋଗାଉଛନ୍ତି। କିନ୍ତୁ ସରକାରଙ୍କ ତରଫରୁ କିଛି ସହାୟତା ମିଳୁନାହିଁ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଏସ୍‌.ଏନ୍‌. ମିଶ୍ର କୁହନ୍ତି, ଖାଲି ସ୍ଥାନଗୁଡ଼ିକ ପୂରଣ ହୋଇଛି। ନିଯୁକ୍ତି ପାଇଥିବା କର୍ମଚାରୀ ତାଲିମରେ ଅଛନ୍ତି। ତାଲିମ ଶେଷ ପରେ କାର୍ଯ୍ୟରେ ଯୋଗଦେବେ। ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟ ଚଳାଉଛନ୍ତି।
ସେହିପରି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲାରେ ୭୦%ରୁ ଅଧିକ ଲୋକ ପାରମ୍ପରିକ ଚାଷ, ଗୋପାଳନ, ମାଛ ଚାଷ, କୁକୁଡ଼ା ପାଳନ କରି ଜୀବିକା ନିର୍ବାହ କରିଥାନ୍ତି। ଜିଲାର ୭ ବ୍ଲକ ମଧ୍ୟରୁ ୫ବ୍ଲକ ପାହାଡ ପର୍ବତ ଘେରା ଅଞ୍ଚଳ। ତଥାପି ଲୋକଙ୍କୁ ରୋଜଗାରର ପନ୍ଥା ଯୋଗାଇବା ପାଇଁ ଦକ୍ଷତା ବିକାଶର ତାଲିମ ଦେଇ ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ ନିମନ୍ତେ ପ୍ରୋତ୍ସାହନ ଯୋଗାଯାଇଛି। ଜିଲାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ୫୨ଟି ରହିଥିବାବେଳେ ୪୨ଜଣ ଚିକିତ୍ସିକ ରହିଛନ୍ତି। ୨୦୧୯ ଗଣନା ଅନୁଯାୟୀ ଜିଲାରେ ୧,୬୫,୨୦୮ ଗାଈ, ୯୦୯୮ ମେଣ୍ଢା, ୧,୩୮,୬୬୨ ଛେଳି, ୬୬୮୮ ଘୁଷୁରି ଏବଂ ୩,୫୪,୫୩୦ କୁକୁଡ଼ା ପାଳନ କରାଯାଉଛି। ସରକାରୀ ସ୍ତରରେ ଅନେକ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କୁହାଯାଉଛି। କିନ୍ତୁ ତୃଣମୂଳସ୍ତରରେ ବାସ୍ତବ ଚିତ୍ର କିଛି ଅଲଗା ରହିଛି, ଯାହା ଦେଖିବାକୁ ମିଳିଛି ଗୁମ୍ମା ବ୍ଲକରେ କେତେଜଣ ଦୁଗ୍ଧଚାଷୀ ଓ କୁକୁଡ଼ା ଫାର୍ମ ମାଲିକଙ୍କ ନିକଟରେ। ଗୁମ୍ମା ବ୍ଲକର କୁର୍ଲୁଣ୍ଡା ଗ୍ରାମର ଦୁଗ୍ଧଚାଷୀ ସାନ ପଟ୍ଟନାୟକ ନିଜେ ସ୍ବାବଲମ୍ବୀ ହେବାପାଇଁ ବ୍ୟାଙ୍କରୁ ଋଣ ନେଇ ଶଙ୍କର ପ୍ରଜାତିର ଗାଈ ପାଳନ କରି ବଜାରକୁ କ୍ଷୀର ବିକ୍ରି କରିବା ସହ ଓମ୍‌ଫେଡ୍‌କୁ ମଧ୍ୟ କ୍ଷୀର ଯୋଗାଉଥିଲେ। ହେଲେ ହଠାତ୍‌ ଗାଈଗୁଡ଼ିକ ରୋଗଗ୍ରସ୍ତ ହୋଇଗଲେ। ସେମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ। ଶେଷରେ ଗୋଟିଏ ପରେ ଗୋଟିଏ ୩ଟି ଗାଈର ମୃତ୍ୟୁ ଘଟିଥିଲା। ଶେଷରେ ଋଣ ପରିଶୋଧ ପାଇଁ ନାନା ହଟହଟା ହୋଇ ବ୍ୟବସାୟ ଛାଡିବାକୁ ବାଧ୍ୟ ହେଲେ।
ସେମାନଙ୍କ ଅଭିଯୋଗ ହେଲା ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ ବିକାଶ କରିବା ପାଇଁ ପ୍ରାଣୀ ପାଳନକୁ ପ୍ରୋତ୍ସାହନ ଦିଆଯାଉଛି ସତ, କିନ୍ତୁ ବାର୍ଡଫ୍ଲୁ ଓ ଗାଈଙ୍କୁ ରୋଗ ହେଲେ ଚିକିତ୍ସିକଙ୍କ ଦେଖାମିଳୁନି କି ଚିକିତ୍ସା ପାଇଁ କୌଣସି ଭାକ୍ସିନ ମିଳି ପାରୁନାହିଁ। ଫଳରେ ଲୋକେ ପ୍ରାଣୀସମ୍ପଦ ହରାଇ ସର୍ବସ୍ବାନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ନିଆରା ପ୍ରେମ… ଚତୁର୍ଥ ଥର ପାଇଁ ବର ହେଲେ ୬୫ ବର୍ଷୀୟ ବୃଦ୍ଧ, ୬୨ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ

ପାଟନା,୧୭ା୫: କୁହାଯାଏଯେ ପ୍ରେମ ଏବଂ ସାଥିର କୌଣସି ବୟସ ନଥାଏ । ଏହି ଭାବନାର ଏକ ହୃଦୟସ୍ପର୍ଶୀ ଉଦାହରଣ ବିହାରର ଜାମୁଇ ଜିଲାରୁ ସାମ୍ନାକୁ ଆସିଛି ।…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri