ପ୍ରାଣୀ ଚିକିତ୍ସକ ସୁରେନ୍ଦ୍ର ରାୟଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡା. ସୁରେନ୍ଦ୍ର କୁମାର ରାୟଙ୍କ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଭାଇ ଆର୍‌. କେ. ରାୟ ସୂଚନା ଦେଇଛନ୍ତି। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୧୯୪୨ ଜାନୁୟାରୀ ୧୦ରେ ଯାଜପୁର ଜିଲା ଦଶରଥପୁରରେ ଜନ୍ମଗ୍ରହଣ କରିଥିବା ଡା. ରାୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରୁ ୧୯୬୪ରେ ସ୍ନାତକ ହାସଲ ପରେ ପ୍ରଥମେ ଓଡ଼ିଶା ସରକାରଙ୍କ ପ୍ରାଣୀଧନ ଚିକିତ୍ସା ବିଭାଗରେ ଯୋଗଦେଇଥିଲେ। ଓୟୁଏଟିରୁ ୧୯୭୨ରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସେଠାରେ ମେଡିସିନ ବିଭାଗର ଅଧ୍ୟାପକ ପଦବୀରେ ଯୋଗଦେଇଥିଲେ। ୧୯୭୬ରେ ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିଲେ। ୧୯୯୭ରେ ସେ ଓଡିଶା ସରକାରଙ୍କ ପ୍ରାଣୀଧନ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇ ୨୦୦୦ ପର୍ଯ୍ୟନ୍ତ ସୁଚାରୁ ରୂପେ ନିଜ ଦାୟିତ୍ୱ ତୁଲାଇ ଥିଲେ। ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଓୟୁଏଟି ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ରୂପେ କାର୍ଯ୍ୟ କରିଥିଲେ।

ପ୍ରାଣୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁ ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୭ ପାଇଁ ଓଡ଼ିଶାର ବରିଷ୍ଠ ବୈଜ୍ଞାନିକ ଭାବେ ପୁରସ୍କୃତ କରାଯାଇଥିଲା। ଏଥି ସହିତ ସେ ଅନେକ ପୁରସ୍କାର ପାଇଛନ୍ତି। ଦୀର୍ଘ ୩୦ବର୍ଷର ଅଧ୍ୟାପନା ସମୟରେ ପ୍ରଫେସର ରାୟଙ୍କର ୪୯ଟି ଗବେଷଣାତ୍ମକ ପ୍ରବନ୍ଧ ଜାତୀୟ ତଥା ଅନ୍ତର୍ଜାତୀୟ ଜର୍ନାଲରେ ପ୍ରକାଶ ପାଇଛି। ଭେଟେରିନାରି ମେଡିସିନ କ୍ଷେତ୍ରରେ ତାଙ୍କର ପାଣ୍ଡିତ୍ୟ, ପରାକାଷ୍ଠା, ଚିକିତ୍ସା ଓ ଅଧ୍ୟାପନା ଅଭିଜ୍ଞତାକୁ ସେ ଅବସର ପରେ ବି ସେବାକାର୍ଯ୍ୟରେ ଲଗାଇଥିଲେ। ଏଥିପାଇଁ ସେ ରାଜ୍ୟ ତଥା ଜାତୀୟ ସ୍ତରୀୟ ବହୁ ସଂସ୍ଥା ସହିତ ଜଡ଼ିତ ରହିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦର ‘ଏମିରିଟସ୍‌ ସାଇଣ୍ଟିଷ୍ଟ’ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶା କେନେଲ କ୍ଲବ ଏବଂ ଓଡ଼ିଶା ଭେଟେରିନାରି କାଉନ୍‌ସିଲର ସଭାପତି ମଧ୍ୟ ରହିଥିଲେ। ଡା. ରାୟ ଓଡ଼ିଶା ବାୟୋଲୋଜିକାଲ ପ୍ରଡକ୍ଟ ଇନଷ୍ଟିଚ୍ୟୁଟ ଓ ଇନଷ୍ଟିଚ୍ୟୁଟ ଅଫ୍‌ ଲାଇଫ୍‌ ସାଇନ୍ସର ଏଥିକ୍ସ କମିଟିର ଚେୟାରମ୍ୟାନ ଦାୟିତ୍ୱ ତୁଲାଇଥିଲେ। ସେ ରୋଟାରି ଇଣ୍ଟରନ୍ୟାଶନାଲର ଜଣେ ସଦସ୍ୟ ଥିଲେ। ସେ ରାଜ୍ୟରେ ପ୍ରଥମେ କୁକୁରଙ୍କ ପାଇଁ ଘରୋଇ ଡାକ୍ତରୀ ଚିକିତ୍ସା ସୁବିଧା ଆରମ୍ଭ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ। ମୃତ୍ୟୁ ସମୟରେ ସେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୈଷୟିକ କମିଟିର ଚେୟାରମ୍ୟାନ ଥିଲେ।
ପ୍ରାଣୀ ଚିକିତ୍ସକ ଡା. ସୁରେନ୍ଦ୍ର କୁମାର ରାୟ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। କେନେଲ କ୍ଲବ୍‌ ଅଫ୍‌ ଇଣ୍ଡିଆର ସମ୍ପାଦକ ସି. ଭି. ସୁଦର୍ଶନ ଏବଂ ଓଡ଼ିଶା କେନେଲ କ୍ଲବ୍‌ର ସମ୍ପାଦକ ସୁବ୍ରତ ପୃଷ୍ଟିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri