ବାଥ୍‌ରୁମ୍‌ରେ ଟଳିପଡିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା

ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ହୃଦ୍‌ଘାତରେ ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ପରିବାର ସୂତ୍ର ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ରାଜକୁମାର କୋହଲି ଗାଧୋଇବାକୁ ବାଥରୁମକୁ ଯାଇଥିଲେ। କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ଆସି ନ ଥିଲେ। ତା’ପରେ ପୁଅ ଅରମାନ ଅରମାନ କୋହଲି ବାଥରୁମ କବାଟ ଭାଙ୍ଗି ତା’ପରେ ବାପାଙ୍କୁ ବାହାରକୁ ନେଇ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ଏକ ବଙ୍ଗଳାରେ ଘଟିଛି। ପରିବାର ସୂତ୍ରରୁ ପ୍ରକାଶ ଯେ ରାଜକୁମାର କୋହଲି ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଆଜି ସନ୍ଧ୍ୟାରେ ରାଜକୁମାର କୋହଲିଙ୍କ ଶେଷ ରୀତିନୀତି କରାଯିବ।
ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲି ତାଙ୍କ କ୍ୟାରିୟରରେ ‘ନାଗିନ’, ‘ଜାନି ଦୁସ୍ମନ’, ‘ବିବି ନୌକର କା’, ‘ବଦ୍‌ଲେ କି ଆଗ’, ‘ରାଜ ତିଳକ’, ‘ଜିନେ ନେହି ଦୁଙ୍ଗା’,‘ଇନ୍ତେକାମ’, ‘ବିସ୍‌ ସାଲ୍‌ କେ ବାଦ୍‌’ ଭଳି ଅନେକ ଚଳଚ୍ଚିତ୍ର କରିଛନ୍ତି।

Share