ଘରକୁ ଫେରିଲେ ହି ମ୍ୟାନ

ମୁମ୍ବାଇ: ବଲିଉଡର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ରବିବାର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଜଟିଳ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ପେଟ ସମସ୍ୟା ଓ ଚିଡିଚିଡାପଣ ଯୋଗୁ ସେ ଅସୁସ୍ଥ ହୋଇଥିବା କୁହାଯାଉଛି । ଏ ସମ୍ପର୍କରେ ନିଜେ ଧର୍ମେନ୍ଦ୍ର ଟୁଇଟ କରି ସୂଚନା ଦେବା ସହ ସେ ରୁଟିନ ଚେକଅପ ପାଇଁ ହସ୍ପିଟାଲ ଯାଇଥିବା ଉଲ୍ଲେଖ କରିଥିଲେ । ଏହାପରେ ହସ୍ପିଟାଲରେ ଥାଇ ସେ ଟୁଇଟ କରିଥିଲେ କି କୌଣସି କଥାକୁ ବହୁତ କରିବା କଥା ନୁହେଁ । ମୋତେ ଏଥିରୁ ଶିକ୍ଷା ମିଳିଛି । ମୁଁ ଅଧିକ ପରିଶ୍ରମ କଲି ଫଳରେ ମୋ ମଶଲ ପେନ୍ ହେଲା । ହେଲେ ଆପଣମାନଙ୍କ ଆଶୀର୍ବାଦ ଯୋଗୁ ମୁଁ ଏବେ ସୁସ୍ଥ ହୋଇଯାଇଛି । ଘରକୁ ଫେରିଛି । ଆପଣମାନେ ଚିନ୍ତା କରନ୍ତୁ ନାହିଁ । ଲଭ ୟୁ ଅଲ ।
ସୂଚନାଯୋଗ୍ୟ, ଡିସେମ୍ବର ୮ରେ ଧର୍ମେନ୍ଦ୍ର ତାଙ୍କ ଜନ୍ମଦିନ ପାଳନ କରିଥିଲେ । ବଡ ପରଦାଠାରୁ କିଛିଦିନ ହେବ ଦୂରେଇ ରହିଥିବା ହି ମ୍ୟାନ ପୁଣିଥରେ ‘ରକି ଔର ରାଣୀ କି ପ୍ରେମ କାହାଣୀ’ ମାଧ୍ୟମରେ ପରଦାକୁ ଫେରୁଛନ୍ତି ।

Share