ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

୨୦୨୦ ବଲିଉଡ୍‌ ପାଇଁ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ପରେ ଜଣେ ଅଭିନେତ୍ରୀଅଭିନେତା ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଜଣାଶୁଣା ଅଭିନେତ୍ରୀ ଆଶାଲତା ୱାବଗାଓଁକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ମଙ୍ଗଳବାର ମୁମ୍ବାଇର ସାତାରା ହସ୍ପିଟାଲରେ ସେ ପ୍ରାୟ ୪.୪୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ କରୋନା ସଂକ୍ରମିତ ଥିଲେ ବୋଲି ଜଣାପଡିଛି। ଏହା ପରେ ତାଙ୍କୁ ସତାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଶାଲାତା ୱାବଗାଓଁକର ଅନ୍ୟତମ। ତାଙ୍କ ଅଭିନୟ ଯୋଗୁ ସେ ବେଶ୍‌ ଲୋକପ୍ରିୟ ହୋଇଥିଲେ। ସେ ୧୯୪୧, ଜୁଲାଇ ୨ରେ ଗୋଆରେ ଜନ୍ମଗ୍ରହଣ କରିଥିଲେ। ସେ ୧୦୦ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଆଶାଲତାଙ୍କ ପ୍ରଥମ ବଲିଉଡ ଚଳଚ୍ଚିତ୍ର ଥିଲା ବାସୁ ଚାଟାର୍ଜୀଙ୍କ ଫିଲ୍ମ ଅପ୍‌ନେ ପରାଏ। ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାର ସହଅଭିନେତ୍ରୀ ପୁ୍‌ରସ୍କାର ପାଇଥିଲେ। ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଜଞ୍ଜିର ଚଳଚ୍ଚିତ୍ରରେ ସେ ଅମିତାଭ ବଚ୍ଚନଙ୍କ ସାବତ ମା ଭୂମିକାରେ ଅଭିନୟ କରିଥିଲେ। ଅଙ୍କୁଶ, ଆହିସ୍ତା ଆହିସ୍ତା, ସୌକିନ, ୱୋ ସାତ୍‌ ଦିନ, ନମକ ହଲାଲ ଏବଂ ୟାଦେଁା କି କସମ ଭଳି ହଟ୍‌ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।

Share