‘ତନୁ ଓ୍ବେଡସ୍‌ ମନୁ ୩’ ପାଇଁ ଖୁବଶୀଘ୍ର ଶୁଟିଂ ଆରମ୍ଭ କରିବେ କଙ୍ଗନା

ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଅଭିତୀନ ମୁଭି ତେଜସ ୨୦୨୩ର ମଚ ଆଓ୍ବେଟେଡ ମୁଭି ମଧ୍ୟରୁ ଗୋଟିଏ ଥିଲା। ଫାଇନାଲି ଫିଲ୍ମଟି ୨୭ ଅକ୍ଟୋବରରେ ରିଲିଜ ହୋଇଯାଇଛି। ଫିଲ୍ମରେ କଙ୍ଗନା ରାନାଓ୍ବତ ଜଣେ ଏୟାର ଫୋର୍ସ ଅଫିସର ତେଜସ ଗିଲ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅଭିନେତ୍ରୀଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଛନ୍ତି। ଏହାରି ଭିତରେ କଙ୍ଗନା ତାଙ୍କର ୩ଟି ନୂଆ ପ୍ରୋଜେକ୍ଟ ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି, ଆଉ ଗୁଡ ନ୍ୟୁଜ ହେଉଛି ସେ ‘ତନୁ ଓ୍ବେଡର୍ସ ମନୁ ୩’ର ଆନାଉନ୍ସମେଣ୍ଟ ବି କରିଛନ୍ତି।

ସୂଚନାଯୋଗ୍ୟ, କଙ୍ଗନା ତାଙ୍କ ନୂତନ ପ୍ରକଳ୍ପ ବିଷୟରେ IMDb ସହିତ କଥା ହୋଇଥିଲେ। କଙ୍ଗନା କହିଛନ୍ତି ଯେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ହେଉଛି ଏକ ରୋମାଞ୍ଚକର ମୁଭି, ଯେଉଁଥିରେ ସେ ବିଜୟ ସେତୁପତିଙ୍କ ସହ ସ୍କ୍ରିନ ଶେୟାର କରିବେ। କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ବଙ୍ଗୀୟ ଥିଏଟର କିମ୍ବଦନ୍ତୀ ଉପରେ ଆଧାରିତ ଫିଲ୍ମ ନୋଟି ବିନୋଦିନିରେ ମଧ୍ୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ପୂର୍ବରୁ ଘୋଷଣା ହୋଇସାରିଛି। ଏହା ସହିତ କଙ୍ଗନା ମଧ୍ୟ ପ୍ରଶଂସକଙ୍କ ସହ ଏକ ଖୁସି ଖବର ବାଣ୍ଟିଥିଲେ ଯେ ତାଙ୍କର ତୃତୀୟ ପ୍ରୋଜେକ୍ଟ ହେଉଛି ତନୁ ୱେଡସ ମନୁ ୩। ଏହାପୂର୍ବରୁ, ତନୁ ୱେଡସ ମନୁଙ୍କର ଉଭୟ ଭାଗ ବ୍ଲକବଷ୍ଟର ଥିଲା ଏବଂ ପ୍ରଶଂସକମାନେ ଏହାର ତୃତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବର୍ତ୍ତମାନ କଙ୍ଗନା ନିଜେ ତନୁ ୱେଡସ ମନୁ ୩କୁ ଖୁସି ଖବର ଦେଇଛନ୍ତି।

Share