ଭଡ଼ଭଡ଼

ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମ୍‌ ଅନ୍ତର୍ଗତ ବୈସରନ୍‌ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ବିଷୟକୁ ନେଇ ଭାରତରେ ତର୍ଜମା ଚାଲିଛି। ଏଥର ଅତଙ୍କବାଦୀ ଆକ୍ରମଣରେ ସାମରିକ ନୁହେଁ, ବିଶେଷକରି ବେସାମରିକ ବ୍ୟକ୍ତି ବା ୨୬ ସାଧାରଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରେ ଦୀର୍ଘବର୍ଷ ଧରି ଲାଗୁ ହୋଇ ଆସିଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଥିଲେ। ତା’ ପରଠାରୁ ସରକାରୀ ସ୍ତରରେ ପ୍ରଚାର କରାଯାଇଥିଲା ଯେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଯାଇ ଜମ୍ମୁ ଓ କଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବଲୋକନ କଲେ। ଜମ୍ମୁ ଓ କଶ୍ମୀର ସରକାରଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତବର୍ଷ ସଂସଦକୁ ଜଣାଇଥିଲେ ଯେ ଗତ ୩ ବର୍ଷ ମଧ୍ୟରେ ସେଠାକାର ପର୍ଯ୍ୟଟନ କ୍ଷେତ୍ରରେ ହାରାହାରି ୧୫.୧୩ ପ୍ରତିଶତ ବୃଦ୍ଧି ଘଟିଛି। ଏପରିକି ଗତ ୬ ମାସ ମଧ୍ୟରେ ୧ କୋଟି ୮ ଲକ୍ଷ ପର୍ଯ୍ୟଟକ ଜମ୍ମୁ ଓ କଶ୍ମୀର ଗସ୍ତ କରିଥିବା ରାଜ୍ୟ ସଭାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଏହିଭଳି ସକାରାତ୍ମକ ରିପୋର୍ଟ ପ୍ରକାଶ ପାଇବା ପରେ ଜମ୍ମୁ ଓ କଶ୍ମୀର ବୁଲିଯିବା ପାଇଁ ସମ୍ଭବତଃ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ହେଲେ ସେହି କେନ୍ଦ୍ର ଶାସିତ ଅଞ୍ଚଳକୁ ନିରାପତ୍ତା ଦୃଷ୍ଟିରୁ ଯେଭଳି ଗୁରୁତ୍ୱ ଦେବା କଥା କେନ୍ଦ୍ର ସରକାର ସେଥିରେ ବିଫଳ ହେବାରୁ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟିଲା ବୋଲି କୁହାଯାଇପାରେ।
ଦେଖିବାକୁ ଗଲେ ଦକ୍ଷିଣ କଶ୍ମୀରର ପହଲଗାମ୍‌ ସହରଠାରୁ ଆକ୍ରମଣସ୍ଥଳ ବୈସରନ୍‌ ପ୍ରାୟ ଘଣ୍ଟାକର ବାଟ। ସେହି ସ୍ଥାନକୁ ଟ୍ରେକ୍‌ କରିବା ଲାଗି ପାଦରେ କିମ୍ବା ଘୋଡ଼ା ପିଠିରେ ବସିଯାଇ ହେବ। ଏଥିରୁ ବୁଝିବାକୁ ହେବ ଯେ ସେଠାରେ କୌଣସି ଅଘଟଣ ଘଟିଲେ ପର୍ଯ୍ୟଟକଙ୍କୁ ତୁରନ୍ତ ମାନବୀୟ ସହାୟତା ମିଳିବା କଷ୍ଟକର। ପୁଣି କୁହାଯାଉଛି ଅମରନାଥ ଯାତ୍ରା ବେଳକୁ ପ୍ରାୟତଃ ବୈସରନ୍‌କୁ ଲୋକଙ୍କ ପାଇଁ ଖୋଲାଯାଇଥାଏ। ଉଲ୍ଲେଖଯୋଗ୍ୟ, ଅମରନାଥ ଯାତ୍ରା ଜୁଲାଇରୁ ଅଗଷ୍ଟ ଯାଏ ଅନୁଷ୍ଠିତ ହୋଇଥାଏ। ଅନ୍ୟବର୍ଷ ଅପେକ୍ଷା ବୈସରନ୍‌କୁ ଯିବା ଲାଗି ପୂର୍ବରୁ କାହିଁକି ପର୍ଯ୍ୟଟକଙ୍କୁ ସୁଯୋଗ ମିଳିଲା ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ଜମ୍ମୁ ଓ କଶ୍ମୀରକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାକୁ ଲକ୍ଷ୍ୟରେ ରଖାଯାଇ ଯଦି ଏଭଳି ନିଷ୍ପତ୍ତି ନିଆଯାଇଥିବ, ତେବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାର ଥିଲା। ଯାହା ଶୁଣିବାକୁ ମିଳୁଛି ଏପ୍ରିଲ ୨୨ରେ ସମ୍ପୃକ୍ତ ଅଞ୍ଚଳ ଯେମିତି ଆତଙ୍କବାଦୀଙ୍କ ପାଇଁ ଚରାଭୂଇଁ ଭଳି ଛାଡ଼ି ଦିଆଯାଇଥିଲା। ଏହା ଜଣାଶୁଣା ଯେ ଆକ୍ରମଣକାରୀ ସର୍ବଦା ସୁରକ୍ଷା କେଉଁଠାରେ ଢିଲା ରହିଛି, ତାହାକୁ ଦରାଣ୍ଡୁ ଥାଆନ୍ତି। କୁହାଯାଉଛି ଯେ, ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ ସରକାରୀ ଗୋଇନ୍ଦା ସଂସ୍ଥା ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ତଥ୍ୟ ଦେଇଥିଲା। ଖବର ପାଇବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ବିଷୟ ଏବେ ଆଶ୍ଚର୍ଯ୍ୟ କରୁଛି।
ସୀମାନ୍ତ ଅଞ୍ଚଳ ଓ ଦୀର୍ଘବର୍ଷ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବିବାଦୀୟ ଭୂଖଣ୍ଡ ରହିଆସିଥିବା ଜମ୍ମୁ ଓ କଶ୍ମୀର ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିବାର ଥିଲା। ଏହି ଆକ୍ରମଣରେ ଯେଉଁମାନଙ୍କୁ ପରିବାରବର୍ଗ ସବୁ ଦିନ ପାଇଁ ହରାଇ ବସିଲେ ତାହାର ପୂରଣ କିଛି ଅର୍ଥରେ କରାଯାଇ ନ ପାରେ। ସେହିଭଳି ପାକିସ୍ତାନକୁ ଧମକ ଦେଲେ ତାହାର କେବଳ ବଡ଼ ପ୍ରତିଧ୍ୱନି ସୃଷ୍ଟି ହେଉଥିବ। ଏଇ ଯେମିତି ସିନ୍ଧୁ ନଦୀ ଚୁକ୍ତିକୁ ଭାରତ ବାତିଲ କରିଦେବାରୁ ତାହାର ଜବାବ ଦେବାକୁ ଯାଇ ପାକିସ୍ତାନ ସିମ୍‌ଲା ଚୁକ୍ତିକୁ ମଧ୍ୟ ରଦ୍ଦ କରିଦେଇଛି। ଭାରତର ନେତୃତ୍ୱ ଗୋଟେ ଧମକ ଦେଲା ବେଳକୁ ପାକିସ୍ତାନ ପଟୁ ମଧ୍ୟ ଅନୁରୂପ ଅନେକ ଚେତାବନୀ ଆସୁଛି। ଘଟଣାଟା ଗରମ ଥିବାରୁ ସମ୍ଭବତଃ କିଛି ଦିନ ଆରୋପ ପ୍ରତ୍ୟାରୋପ ଲାଗି ରହିପାରେ। ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା ଲାଗି ଭାରତ ବ୍ୟବସ୍ଥିତ ଢଙ୍ଗରେ କୌଶଳମାନ ବାହାର କରିବା ଦରକାର। ଉଦାହରଣ ସ୍ବରୂପ, ହମାସ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିଦେଲା। କିନ୍ତୁ ତା’ ପରଠାରୁ ହମାସର ବଂଶ ନିପାତ ଲାଗି ଇସ୍ରାଏଲ ସ୍ବତନ୍ତ୍ର ରଣକୌଶଳ କରି ତା’ର ଟାର୍ଗେଟ ପୂରଣ କରିବାରେ ଲାଗିଛି। ଦୀର୍ଘ ୧୮ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଯୁଦ୍ଧରେ ଗାଜା ପ୍ରାୟତଃ ଧୂଳିସାତ ହୋଇଗଲାଣି। କିନ୍ତୁ ଏହି ଲମ୍ବା ସମୟ ଯୁଦ୍ଧ ପାଇଁ ଆମେରିକାର ହାତଖୋଲା ସାହାଯ୍ୟ ଇସ୍ରାଏଲକୁ ଟେକି ଧରିଛି। ଅନ୍ୟପକ୍ଷରେ ଏହା ଜଣାଶୁଣା ଯେ ଏବେ ଭାରତ ଯୁଦ୍ଧ କରିବା ସ୍ଥିତିରେ ନାହିଁ। ଯଦି ଯୁଦ୍ଧ ହୁଏ ତେବେ ଭାରତକୁ ସାହାଯ୍ୟ ଯୋଗାଇବା ପାଇଁ କୌଣସି ଦେଶ ଆଗେଇ ଆସିବେ ନାହିଁ। ସେପଟେ ପାକିସ୍ତାନ ଅତ୍ୟନ୍ତ ଦୁର୍ବଳ ହେବା ସତ୍ତ୍ୱେ ଚାଇନାର ଅର୍ଥନୈତିକ ସ୍ବାର୍ଥ ଥିବାରୁ ସେହି ଦେଶ ଯଥେଷ୍ଟ ସାହାଯ୍ୟ ପାକିସ୍ତାନକୁ ଯୋଗାଇବାର ସମ୍ଭାବନା ରହିଛି। ଏଭଳି ପ୍ରଚ୍ଛଦପଟରେ କୁହାଯାଇପାରେ ଯେ, ଉରି, ପଠାନ୍‌କୋଟ, ପୁଲଓ୍ବାମା ଆକ୍ରମଣ ବେଳେ ଯେମିତି ତତ୍ପରତା ଦେଖାଦେଇଥିଲା, ପହଲଗାମ୍‌ ପରେ ସେମିତି ତତ୍ପରତା ଦେଖିବାକୁ ମିଳିଛି। ଏମିତି ସମୟରେ ଅନେକ ବଡ଼ ବଡ଼ ଭାଷଣ ଶୁଣିବାକୁ ମିଳେ। ପୁଣି ଯେଉଁ କଥାକୁ ସେଇ କଥା। ଲୋକେ ଭୁଲିଯିବା ପାଇଁ ଗଣମାଧ୍ୟମକୁ ନୂଆ ଖୋରାକ ଯୋଗାଇ ଦିଆଯାଏ। ଦେଶ ପୁନର୍ବାର ଅନ୍ୟ ଏକ ଅଘଟଣ ପାଇଁ ଅପେକ୍ଷା କରି ବସିଥାଏ। ସେଥିପାଇଁ ଭାରତର କର୍ତ୍ତୃପକ୍ଷ ଏବେ ଭଡ଼ଭଡ଼ ହେବା ପରିବର୍ତ୍ତେ ସମ୍ପୂର୍ଣ୍ଣ ନୀରବ ରହି ଭିନ୍ନ ପନ୍ଥା ଆପଣାଇବା ବୁଦ୍ଧିମାନର ଲକ୍ଷଣ ଦର୍ଶାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri