ଯାଞ୍ଚ ସରିଲା, ପ୍ରଚାର ଜୋରଦାର

ବରଗଡ଼ ଅଫିସ୍‌,୧୯।୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଭୋଟ ଗ୍ରହଣ ହେବ। ଶୁକ୍ରବାର ଏଥିପାଇଁ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଏହାପରେ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋର୍‌ ଧରିବାରେ ଲାଗିଛି। ଭାଜପା ଏବଂ ବିଜେଡ଼ି ପ୍ରଚାରରେ ଲାଗିପଡ଼ିଥିବା ବେଳେ କଂଗ୍ରେସ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରୁଛି ଏବଂ ଦିନେ ଦୁଇଦିନ ମଧ୍ୟରେ କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋର୍‌ କରିବ ବୋଲି ସୂଚନା ମିଳିଛି।
ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶୁକ୍ରବାର ପାଇକମାଳ ଏବଂ ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମକୁ ପ୍ରଚାର ଯାଇଥିଲେ। ସ୍ଥାନୀୟ ଲୋକଙ୍କୁ ଭେଟି ତାଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ସେ ନିବେଦନ କରିଥିଲେ। ପାଇକମାଳ ବ୍ଲକ ଛେତଗାଁ ପଞ୍ଚାୟତ ଅନ୍ତର୍ଗତ କୁତ୍ରାମାଲ, ଝାରବନ୍ଧ ବ୍ଲକର ସଂକ୍ରୀ, ପ୍ରଧାନପାଲି, ତୁମରିପାଣି, ବୈତାଲି, ଟୁହୁଙ୍ଗିପଦର, ଗୋଠୁଗୁଡ଼ା ଆଦି ଗ୍ରାମରେ ସେ ପ୍ରଚାର କରିଥିଲେ।
ସେହିପରି ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ ବରିହା କଂସର ପଞ୍ଚାୟତର ବାନ୍ଦୁପାଲି, ଜମରତଲା, ଦହିଗାଁ ଅଦି ଗ୍ରାମରେ ପ୍ରଚାର କରିଥିଲେ। ଏଠାରେ ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସୁଶାନ୍ତ ସିଂ, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଅନୁଭବ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜମଲା, ପଲସାପାଲି, ଜ୍ଞାନ ତଥା ମେଲଛାମୁଣ୍ଡା ପଞ୍ଚୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ବିଜେଡ଼ି ପ୍ରାର୍ଥିନୀଙ୍କ ପ୍ରଚାରରେ ପ୍ରାର୍ଥିୀ ଘୋଷଣା ପୂର୍ବରୁ ଆଶାୟୀ ଚର୍ଚ୍ଚାରେ ରହିଥିବା ମହେନ୍ଦ୍ର ବଢ଼େଇ ସାମିଲ ହୋଇଥିଲେ। ବର୍ଷାଙ୍କୁ ଝିଅ ବୋଲି ସମ୍ବୋଧନ କରି ତାଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ସେ ନିବେଦନ କରିଥିଲେ। ଏଠାରେ ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝି, ସଂଗ୍ରାମ ପଟ୍ଟନାୟକ, ବିଜୟ ନାୟକ, ସଞ୍ଜିତ ମହାନ୍ତି, ଶିଶିର ପରିଜା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ପାଇକମାଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ କଂଗ୍ରେସର ଏକ ବୈଠକ ବସିଥିଲା। ନିର୍ବାଚନ ରଣନୀତି ପାଇଁ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଦଳୀୟ ପ୍ରାର୍ଥୀ ସତ୍ୟଭୂଷଣ ସାହୁ, ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ଯଜ୍ଞେଶ୍ୱର ବାବୁ, ପ୍ରଦୀପ ଦେବତା, ପାଣ୍ଡବ କର୍ଣ୍ଣ, ହରଦୀପ ସିଂ, ନିପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri