ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

କେନ୍ଦୁଝର,୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟରେ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଦୋଷୀ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଶିରିଆବାହାଳ ଗ୍ରାମର ଟୁକୁନା ମୁଣ୍ତା(୨୨)। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟ ୬ ମାସ ଅଧିକ କାରାଦଣ୍ତ ଆଦେଶ କରିଛନ୍ତି। ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଜିଲା ଆଇନ୍‌ସେବା ପ୍ରାଧିକରଣଙ୍କୁ ସୁପାରିଶ କରାଯାଇଛି।

ମାମଲା ବିବରଣୀ ଅନୁଯାୟୀ, ୨୦୨୨ ଫେବୃଆରୀ ୨୫ରେ ନାବାଳିକା ଖାଇସାରି ଘରେ ସାନ ଭଉଣୀ ସମେତ ଗାଁର ଅନ୍ୟ ଝିଅଙ୍କ ସହିତ ମିଶି ଶୋଇଥିଲେ। ବିଳମ୍ବିତ ରାତିରେ ଟୁକୁନା କବାଟ ଠେଲି ଘରକୁ ପଶି ନାବାଳିକାଙ୍କ ମୁହଁକୁ ଚାପି ଧରି ବଳାତ୍କାର କରିଥିଲେ। ଏହି ସମୟରେ ପାଟିତୁଣ୍ତ ଶୁଣି ପାଖରେ ଶୋଇଥିବା ଝିଅମାନେ ଉଠି ଲାଇଟ୍‌ ଜଳାଇ ଦେବାରୁ ଅଭିଯୁକ୍ତ ଟର୍ଚ୍ଚ ଓ ଚପଲ ଛାଡି ଦୌଡି ପଳାଇଥିଲା। ସକାଳେ ପୀଡ଼ିତା ଘଟଣା ସମ୍ପର୍କରେ ଭାଇଙ୍କୁ କହିଥିଲେ। ତେଲକୋଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ. ୩୦/୨୨) ରୁଜୁ କରି ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତ ଟୁକୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୩୧ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri