Categories: ଖେଳ

ଏବେ ମୋର ସମ୍ପୂର୍ଣ୍ଣ ଧ୍ୟାନ ଫାଇନାଲ ଉପରେ, ଭାରତୀୟ ଟିମ୍‌ରେ ସାମିଲ କଥା ପଛ: ଭେଙ୍କଟେଶ ଆୟାର

ଦୁବାଇ,୧୪।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌କୁ ଆଇପିଏଲ୍‌ର କ୍ୱାଲିଫାୟର-୨ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଦଳ ଆସନ୍ତା ଅକ୍ଟୋବର ୧୫ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ଖେଳିବ। ତେବେ ଏହି ରୋମାଞ୍ଚକର ମ୍ୟାଚ୍‌ରେ କୋଲକାତାକୁ ବିଜେତା କରାଇବା ପଛରେ ଓପନର ଭେଙ୍କଟେଶ ଆୟାରଙ୍କ ଯୋଗଦାନ ଥିଲା। ଏହାକୁ ନେଇ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟୃାଚ୍‌’ ଭାବେ ଚୟନ କରାଯାଇଥିଲା। ମ୍ୟାଚ୍‌ ପରେ ସେ ପ୍ରତିକ୍ରିୟା ଦେଉଥିବା ବେଳେ ତାଙ୍କୁ ଭାରତୀୟ କ୍ରିକେଟ ଟିମ୍‌ ପାଇଁ କ୍ରିକେଟ ଖେଳିବାର ସ୍ବପ୍ନ ବିଷୟରେ ପଚରାଯାଇଥିଲା। ଏହାର ଜବାବରେ ଭେଙ୍କଟେଶ କହିଥିଲେ, ଯାହା ମୋତେ କୁହାଯାଇଛି, ମୁଁ ତାହା କରୁଛି। ଏବେ ମୁଁ ମ୍ୟାଚ୍‌ ଜିତିବାକୁ ନେଇ ଖୁସି ଅଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ ମଧ୍ୟରେ କୌଣସି ଫରକ ନାହିଁ। ନିଜ ଷ୍ଟାଇଲ୍‌ରେ ଖେଳିବାକୁ ଚାହୁଁଛି, ଏଠାରେ ତାହା ହିଁ କରୁଛି। ଏବେ ମୁଁ ଭାରତୀୟ ଟିମ୍‌ ବିଷୟରେ ଭାବୁ ନାହିଁ। ଆହୁରି ଗୋଟିଏ ମ୍ୟାଚ୍‌ ବାକି ଅଛି। ସମ୍ପୂର୍ଣ୍ଣ ଭାବେ ତା ଉପରେ ଧ୍ୟାନ ଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି।

Share