Categories: ଜାତୀୟ

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଭେଙ୍କିୟା

ନୂଆଦିଲ୍ଲୀ,୨୩।୬: ଏନ୍‌ଡିଏ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଉପ ରାଷ୍ଟ୍ରପତି ଭେଙ୍କେୟାଙ୍କୁ ଭେଟିଛନ୍ତି। ତେବେ ଉପରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ।
ଦ୍ରୌପଦୀ ଗୁରୁବାର ସକାଳେ ଏମ୍‌ସିଏଲ ଗେଷ୍ଟ ହାଉସ୍‌ରୁ ବାହାରି ଜେଡ୍‌ ପ୍ଲସ ସୁରକ୍ଷା ସହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବାକୁ ପାରମ୍ପରିକ ନାଚ ଗୀତରେ ଆୟୋଜନ କରାଯାଇଥିଲା। ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମୀ, ଭାଜପା, ନେତା ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଜଣେ ପରେ ଜଣେ ବଡ ନେତାଙ୍କୁ ଭେଟିବାରେ ଲାଗିଛନ୍ତି । ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Share