Categories: ଜାତୀୟ

ଯାନ, ଔଷଧ, ପର୍ଯ୍ୟଟନ କ୍ଷେତ୍ର ନୂଆ ନିଯୁକ୍ତି ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୮: ଭାରତର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏହା ଯୁବବର୍ଗଙ୍କ ଲାଗି ନିଯୁକ୍ତିର ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ସେ ୫୧ ହଜାର ଯୁବତୀଯୁବକଙ୍କୁ ନିଯକ୍ତି ପତ୍ର ପ୍ରଦାନ କରିଥିଲେ। ଯାନ, ଔଷଧ, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟରରେ ଦ୍ରୁତ ବୃଦ୍ଧି ସାଙ୍ଗକୁ ଯୁବବର୍ଗଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥନୀତିକୁ କେବଳ ପର୍ଯ୍ୟଟନ ସେକ୍ଟରର ୨୦୩୦ ସୁଦ୍ଧା ୨୦ ଲକ୍ଷ କୋଟି ଟଙ୍କା ଅବଦାନ ରହିବ। ଏହି ସେକ୍ଟର ୧୩ରୁ ୧୪ କୋଟି ନୂଆ ନିଯୁକ୍ତି ସୃଷ୍ଟି କରିବା କ୍ଷମତା ରଖିଛି। ବର୍ତ୍ତମାନ ଭାରତର ଔଷଧ ଶିଳ୍ପ ୪ ଲକ୍ଷ କୋଟି ଟଙ୍କାର ହୋଇଥିବାବେଳେ ୨୦୩୦ ବେଳକୁ ଏହା ୧୦ ଲକ୍ଷ କୋଟିରେ ପହଞ୍ଚତ୍ବ। ତେଣୁ ଏହି କ୍ଷେତ୍ରରେ ବହୁସଂଖ୍ୟାରେ ଯୁବତୀଯୁବକ ନିଯୁକ୍ତି ସୁଯୋଗ ପାଇବେ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଗାମୀ ୩.୫ ବର୍ଷରେ ୩୫ ଲକ୍ଷ କୋଟିରେ ପହଞ୍ଚତ୍ବାକୁ ଯାଉଛି ବୋଲି ମୋଦି କହିଛନ୍ତି।

Share