Categories: ଫୁରସତ

ଶାକାହାରୀ କୁକୁର, ବାଡ଼ିବଗିଚାରୁ ସିଧା ତୋଳି ଖାଏ ଫଳମୂଳ

ସାଧାରଣତଃ କୁକୁରମାନେ ଆମିଷପ୍ରିୟ। ମାତ୍ର ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯିଏ କି ପୂରା ଶାକାହାରୀ। କୁକୁରଟି କେବଳ ଫଳ ଏବଂ ପନିପରିବା ଖାଇଥାଏ।

ସବୁଠୁ ବଡ଼ କଥା ହେଲା ଏହି କୁକୁର କୌଣସି କଟା ପନିପରିବା କିମ୍ବା ଫଳମୂଳ ଖାଏ ନାହିଁ। ସିଧା କ୍ଷେତକୁ ଯାଏ ଏବଂ ସେଠାର ପନିପରିବା ଫଳମୂଳ ଯାହା ହୋଇଥାଏ ଛିଡ଼ାଇ ଖାଏ। ତରଭୁଜ ଠାରୁ ଆରମ୍ଭ କରି କଦଳୀ ପର୍ଯ୍ୟନ୍ତ ସେ ବାଡ଼ିରୁ ସିଧାସଳଖ ଖାଇଥାଏ। ଏହି କୁକୁରଟି ତାଙ୍କ ମାଲିକଙ୍କ ସହିତ ଯେତେବେଳେ ତାଙ୍କ ଫାର୍ମକୁ ଯାଏ ସେଠାରେ ନିଜ ପସନ୍ଦର ଫଳ କିମ୍ବା ପନିପରିବା ଖାଇଥାଏ।

ଭିଡିଓଟି ଆନିମଲ ଓ୍ବାଲର୍‌ଡ ନାମକ ଏକ ଫେସବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏହି ସୁନ୍ଦର ଭିଡିଓ ଦେଖି ଲୋକମାନେ ଅନେକ ମଜାଳିଆ କମେଣ୍ଟ ବି ଦେଉଛନ୍ତି। ଜଣେ ଏହାକୁ ବାବା ରାମଦେବଙ୍କ କୁକୁର ବୋଲି କହିଛନ୍ତି। ଭିଡିଓରେ ପ୍ରଥମେ କୁକୁରଟି ଆଳୁ ଖୋଳୁଛି। ପରେ କୋବି, ତରଭୁଜ, ଆଖୁ, ପିଜୁଳି, ମକା, ଭେଣ୍ଡି ଇତ୍ୟାଦି ଖାଉଛି।

Share