ପରିବା ଦର ଆକାଶଛୁଆଁ

କେନ୍ଦୁଝର, ୨୮ା୯(ଡି.ଏନ.ଏ.)- କେନ୍ଦୁଝର ପରି ଏକ କୃଷିଭିତ୍ତିକ ଜିଲାରେ ଏବେ ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡିଛି। ଲୋକେ ପରିବା କିଣିବାକୁ ଗଲାବେଳେ ଏହାର ଦର ଶୁଣି ମୁଣ୍ଡରେ ହାତ ଦେଉଥିବା ଲକ୍ଷ୍ୟ କରାଯାଉଛି। ଏହି ଦରକୁ ନିୟନ୍ତ୍ରଣ କରିବା ପାଇଁ କାହାରି ଅଙ୍କୁଶ ରହୁ ନ ଥିବାରୁ ଲୋକମାନଙ୍କର ଦୁର୍ଦ୍ଦଶା ଚରମସୀମାରେ ପହଞ୍ଚିଛି।
ଗତବର୍ଷ ଏହି ସମୟରେ ବିଲାତି କେଜି ୨୦ଟଙ୍କାରୁ ୩୦ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଏବେ ବିଲାତି କେଜି ୮୦ ରୁ ୧୦୦ ଟଙ୍କା କେଜି ପ୍ରତି ବିକ୍ରି ହେଉଛି। ବାଇଗଣ ୪୦ରୁ ୫୦ଟଙ୍କା, କଲରା ୭୦ଟଙ୍କା, ବନ୍ଧାକୋବି ୮୦ଟଙ୍କା, ଫୁଲକୋବିର ଦର ୮୦ଟଙ୍କା, କାକୁଡି ୪୦ଟଙ୍କା, ମଟର ଛୁଇଁ ୮୦ଟଙ୍କା, ପୋଇ ୨୦ଟଙ୍କା, ବୋଇତାଳୁ ୩୦ଟଙ୍କା, ସାରୁ ୫୦ଟଙ୍କା, ଝୁଡଙ୍ଗ ୮୦ଟଙ୍କା, ଶିମ୍ବ ୫୦ଟଙ୍କାରେ ବିକ୍ରି ହେଉଛି। ସେହିପରି କାପ୍‌ସିକମ୍‌,ବିନସ୍‌,ଗାଜର ଓ ଲଙ୍କା ଦର ସାଧାରଣ ଖାଉଟିଙ୍କର ପକେଟକୁ ସୁହାଉନାହିଁ। କେତେକ ଚାଷୀ ଲଗାଣ ବର୍ଷାରେ ପରିବା ଦର ଏପରି ହୋଇଛି ବୋଲି ମତବ୍ୟକ୍ତ କରୁଥିବାବେଳେ ବାସ୍ତବରେ ବ୍ୟବସାୟୀମାନେ ମନଇଛା ଦର ବଢାଇବାକୁ ନିଷ୍ପତ୍ତି ନେଉଥିବା ପରିଲକ୍ଷିତ ହେଉଛି। କେନ୍ଦୁଝରର ସହରତଳି ଅଞ୍ଚଳମାନଙ୍କରେ ବିଶେଷ କରି ରାଇସୁଆଁ, ମହାଦେଇଯୋଡ଼ା, ଧାତିକା, ପାଟଣା ବ୍ଲକର ଭଅଁରପୁର, ବାଉଁଶୂଳୀ, ଚିଲିଦା, ରେଙ୍ଗାଳବେଡା, ସଦର ବ୍ଲକର ଶଙ୍କରପୁର, ମଇଦାନକେଲ,ମଥୁରାମଣ୍ଡଳୀ ଆଦି ଅଞ୍ଚଳରେ ବିପୁଳ ପରିମାଣର ପରିବା ଚାଷ ହେଉଥିଲେ ମଧ୍ୟ କେନ୍ଦୁଝର ସହରରେ ଏପରି ଦରବୃଦ୍ଧି ଖାଉଟିମାନଙ୍କୁ ଅଡୁଆରେ ପକାଇଛି। କେବଳ ସେତିକି ନୁହେଁ ନିକଟସ୍ଥ ଗ୍ରାମାଞ୍ଚଳ ହାଟମାନଙ୍କରେ ପରିବା ଦର ନାହିଁ ନ ଥିବା ବୃଦ୍ଧି ପାଇଛି। ଖାଉଟି ବଜାରର ଏହି ଶୋଚନୀୟ ଅବସ୍ଥା ପାଇଁ କାହାକୁ ଦାୟୀ କରାଯିବ ତାହା ଏବେ ଚିନ୍ତାର କାରଣ ହୋଇଥିବାବେଳେ ଜିଲା ପ୍ରଶାସନ, ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଖାଉଟିମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?