ଚାଷୀ ଶୂନ୍ୟ କୃଷକ ପରିବା ହାଟ

ରସୁଲପୁର,୧୦ା୧୦(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗସ୍ଥିତ ବିଜୁ ପରିବା ପରିବହନ କେନ୍ଦ୍ର ନାମରେ ଦୈନିକ କୃଷକ ପରିବାହାଟ ବସୁଛି। ହେଲେ ଏହି ପରିବାହାଟ ଏବେ ଚାଷୀଶୂନ୍ୟ ହୋଇପଡ଼ିଛି। ଫଳରେ ହାଟଟି ବ୍ୟବସାୟୀଙ୍କ ଦ୍ୱାରା ବାହାରୁ ଆମଦାନୀ କରାଯାଉଥିବା ପରିବାରେ ଚାଲିଛି। ଚାଷୀଙ୍କ ଉପତ୍ାଦିତ ଦ୍ରବ୍ୟ କାଁଭଁା ହାଟକୁ ଆସୁଛି। ହେଲେ ସେମାନଙ୍କୁ ବ୍ୟବସାୟୀ ହାଟରେ ପ୍ରବେଶ କରିବାକୁ ଦେଉନାହାନ୍ତି। ବାଟରୁ ସେମାନଙ୍କଠାରୁ ପରିବା କିଣି ଆଣି ହାଟରେ ବିକ୍ରି କରି ଲାଭାବାନ ହେଉଛନ୍ତି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଗଲେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବ ବୋଲି କୁହାଯାଉଛି।
ରସୁଲପର ବ୍ଲକ ଅଧୀନ ବାରବାଟୀ, ଓଡ଼ିଶୋ, କଲଣ, ଜାବରା, ଶ୍ରୀବନ୍ତପୁର, ରାଜେନ୍ଦ୍ରପୁର, ପ୍ରଥମାଖଣ୍ଡି, ବଡ଼କଇଞ୍ଚତ୍, ଗନ୍ଧଣ, ଟିକରପଡ଼ା, ଭୋଟକା, ରସୁଲପୁର ଓ ଧର୍ମଶାଳା ବ୍ଲକ ଅଧୀନ ମଙ୍ଗଳପୁର, ଚୋରମୁହାଁ, କବାଟବନ୍ଧ, ମର୍ଜିତାପୁର, ରାଇଛନ୍ଦା, ଦେଓଦା, ଜେନାପୁର, ପନ୍ତୁରୀ, ଜାରକା, କୁମାରୀ ଆଦି ପଞ୍ଚାୟତ ପରିବା ଉପତ୍ାଦନ କ୍ଷେତ୍ରରେ ବିଶେଷ ଅବଦାନ ରହିଛି। ଏସବୁ ପଞ୍ଚାୟତ ମଧ୍ୟରୁ କେତେକ ବ୍ରାହ୍ମଣୀ ଓ ଆଉ କେତେକ ଖରସ୍ରୋତା ନଦୀ ଅବବାହିକାରେ ଅବସ୍ଥିତ ରହିଛି। ନଦୀ ଅବବାହିକାରେ ଅବସ୍ଥିତ ପଞ୍ଚାୟତଗୁଡ଼ିକ ମଧ୍ୟରୁ ୧୦ହଜାର ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ନଦୀ କୂଳ ଓ ପଠାରେ ଅବସ୍ଥିତ। ଏସବୁ ଜମିରେ ଅଧିକ ପରିମାଣର ବିଭିନ୍ନ କିସମର ପନିପରିବା ଚାଷ ହେଉଛି। ଅଞ୍ଚଳର ଚାଷୀ ସେମାନଙ୍କ ଉପତ୍ାଦିତ ପନିପରିବାକୁ ବିକ୍ରି ପାଇଁ ଓଡ଼ଙ୍ଗ ପରିବାହାଟ ଉପରେ ନିର୍ଭର କରୁଛନ୍ତି। ଖରିଫ ଋତୁ ଶେଷ ଆଡକୁ ବର୍ଷାଦିନିଆ ଫସଲ ଭାବେ ଜହ୍ନି, କାକୁଡି, ଝୁଡ଼ଙ୍ଗ, କଖାରୁ, ଛଚିନ୍ଦ୍ରା, ପୋଟଳ, କଲରା ଆଦି ପରିବା ଫସଲ ଚାଷ କରାଯାଇଥିଲା। ପ୍ରତିକୂଳ ପାଣିପାଗ ଓ ବର୍ଷାରେ ଅନିୟମିତତା ଯୋଗୁ ବହୁ ପରିବା ଫସଲ ନଷ୍ଟ ହୋଇଗଲା। କଁାଭାଁ ବଞ୍ଚତ୍ଛି। ସେଥିରୁ ଉପତ୍ାଦନ ହେଉଥିବା ପରିବା ହାଟକୁ ଆସିପାରୁ ନାହିଁ। ପରିବା ଉପତ୍ାଦନର ନିଅଣ୍ଟିଆ ସ୍ଥିତି ଯୋଗୁଁ ଏବେ ବ୍ୟବସାୟୀ ଗାଁଗଣ୍ଡା ବୁଲି ପରିବା ସଂଗ୍ରହ କରୁଛନ୍ତି। କେତେକ ଚାଷୀ କ୍ଷେତରୁ ତୋଳିଥିବା ପରିବାକୁ ନେଇ ହାଟକୁ ଆସୁଥିବାବେଳେ ବାଟ ଓଗାଳୁଛନ୍ତି ବ୍ୟବସାୟୀ। ଚାଷୀଙ୍କ ଲାଭ ବ୍ୟବସାୟୀଙ୍କ ପକେଟକୁ ଯାଉଛି। ଏହାଛଡ଼ା ବ୍ୟବସାୟୀ ରାଜ୍ୟର ବିଭିନ୍ନ ଜିଲା ଓ ବାହାର ରାଜ୍ୟର ରାଞ୍ଚି, ନାଗପୁର, ନାଶିକ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ବେଙ୍ଗାଲୁର ଆଦି ସ୍ଥାନରୁ ପନିପରିବା ଆମଦାନୀ କରୁଛନ୍ତି। ତାହା ଏଠାରେ ବିକ୍ରି ହେଉଛି। ବ୍ୟବସାୟୀ ବାହାର ରାଜ୍ୟର ପନିପରିବାକୁ ଚଢା ଦରରେ ବିକ୍ରିକରି ଲାଭାବନ ହେଉଥିବା ବେଳେ ଖାଉଟିଙ୍କ ଉପରେ ଦରଦାମ୍‌ ବୋଝ ବଢିବାରେ ଲାଗିଛି। କୃଷକ ପରିବା ପରିବହନ କେନ୍ଦ୍ରର ଦରକୁ ବ୍ୟବସାୟୀ ନିୟନ୍ତ୍ରଣ କରୁଛନ୍ତି। ତେଣୁ ନିୟନ୍ତ୍ରିତ ବଜାର କମିଟି, ହାଟ ପରିଚାଳନା କମିଟି ଚାଷୀଙ୍କ ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା କ୍ଷେତ୍ରରେ ପ୍ରାଧାନ୍ୟ ଦେବାକୁ ଚାଷୀ ଓ ଚାଷୀ ସଙ୍ଗଠନର ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri