ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ ସମସ୍ୟା ପୌରପରିଷଦ କର୍ତ୍ତୃପକ୍ଷ ସମାଧାନ କରିବା ନିମନ୍ତେ ବନ୍ଦ ଡକରା ଦେଲେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି।
କିଛିଦିନ ଧରି ଉଠାଦୋକାନୀ ସଂଘ ଓ ପୌରପରିଷଦ କର୍ତ୍ତୃପକ୍ଷ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ଏବଂ ସମସ୍ୟାର ସମାଧାନ ନ ହୋଇପାରିବାରୁ ଛତ୍ରପୁର ମାର୍କେଟର ଉଠାଦୋକାନୀ ସଂଘ ପକ୍ଷରୁ ପନିପରିବା ମାର୍କେଟ ସଂପୂର୍ଣ୍ଣ ବନ୍ଦ ସହ ଗଣଧାରଣା ହେବା ପାଇଁ ନିଷ୍ପତ୍ତି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।
ସଂଘର ଦାବିଗୁଡିକ ହେଲା ଯେ, ସନ୍ଧ୍ୟା ପର୍ଯ୍ୟନ୍ତ ଦୋକାନ ଖୋଲୁଥିବା ଦୋକାନୀମାନଙ୍କୁ ନୂତନ ଭାବେ ଲଟେରୀ କରି ପିଣ୍ଡି ଆବଣ୍ଟନ କରାଯାଉ। ଏହି ବ୍ୟତୀତ ଆବଦ୍ଧିତ ଟିଣଗୁଡିକ ପାଶର୍‌ବରୁ ବାହାର କରି ଉପରେ ପକାଯିବା, ଆଲୋକୀକରଣ ବ୍ୟବସ୍ଥା, ଶୌଚାଳୟକୁ କାର୍ଯ୍ୟକ୍ଷମ, ପାନୀୟଜଳ, ଦୋକାନୀମାନଙ୍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଚିତ ବ୍ୟବହାର ଏବଂ ଆଇନଗତ ଟାଉନ ଭେଣ୍ଡିଂ ଜୋନ କମିଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରିଯିବା ଭଳି ଆଦି ଦାବି ପୂରଣ ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ଇଜୁ ଆମିନ ଖାନ, ଆଇନଜୀବୀ ବୁଶି ରେଡ୍ଡି, କୋଷାଧ୍ୟକ୍ଷ ଏନ. ନାଗା ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share