Categories: ଜାତୀୟ

ଅଭିନନ୍ଦନଙ୍କୁ ବୀର ଚକ୍ର…

ନୂଆଦିଲ୍ଲୀ,୨୨।୧୧: ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ରରେ ସମ୍ମାନୀତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ସମୟରେ ଅଭିନନ୍ଦନ ବାୟୁସେନାର ଓ୍ବିଙ୍ଗ୍‌ କମାଣ୍ଡା ଭାବେ କାର୍ଯ୍ୟ କରୁଥିଲେ। ସେ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନକୁ ଧ୍ୱଂସ କରିଥିଲେ।

ଚଳିତ ବର୍ଷ ନଭେମ୍ବର ୩ରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏବେ ସେ ଗ୍ରୁପ କ୍ୟାପଟେନ ଦାୟିତ୍ୱରେ ଅଛନ୍ତି। ପ୍ରଦାନ କରାଯାଇଥିଲା। ୨୦୧୯ ଫେତ୍ୃୟାରୀ ୨୬-୨୭ ରାତିରେ ଅଭିନନ୍ଦନ ମିଗ-୨୧ ବିମାନରୁ ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ ଉପରେ ଆକ୍ରମଣ କରିଥିଲେ। ଏହାପରେ ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ ହେବାକରୁ ସେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଅବତରଣ କରିଥିଲେ। ତାଙ୍କୁ ପାକିସ୍ତାନୀ ସୈନ୍ୟ ଗିରଫ କରିଥିଲେ।
ତେବେ ପରେ ତାଙ୍କୁ ପାକିସ୍ତାନ ମୁକ୍ତ କରିଥିଲା। ଭାରତର କୂଟନୈତିକ ଚାପ ସମ୍ମୁଖରେ ପାକିସ୍ତାନ ତାଙ୍କୁ ୱାଘା ସୀମାରେ ନିରାପଦରେ ଛାଡି ଦେଇଥିଲା।
ପାକିସ୍ତାନୀ ବିମାନ ଏଫ୍‌-୧୬କୁ ଗୁଳି କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା ଏବଂ ସେ ଜାତୀୟ ହିରୋ ଭାବରେ ପରିଚିତି ଲାଭ କରିପାରିଥିଲେ।

ଏହି ଅବସରରେ ସୈପର୍‌ ପ୍ରକାଶ ଯାଦବଙ୍କ ମରଣୋତ୍ତର ’କୀର୍ତ୍ତୀ ଚକ୍ର’ ପ୍ରଦାନ କରାଯାଇଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିବାରୁ ପ୍ରକାଶଙ୍କ ସ୍ତ୍ରୀ ଏବଂ ମାତାଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି।


ନାଏବ ସୁବେଦାର ସୋମବୀରଙ୍କୁ ମରଣୋତ୍ତର ‘ଶୌର୍ଯ୍ୟ ଚକ୍ର’ ସମ୍ମାନରେ ସମ୍ମାନୀତ କରାଯାଇଛି।

୫ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିବା ମେଜର ବିଭୁତି ଢୋଣ୍ଡିଆଲଙ୍କୁ ମରଣୋତ୍ତର‘ଶୌର୍ଯ୍ୟ ଚକ୍ର’ ସମ୍ମାନରେ ସମ୍ମାନୀତ କରାଯାଇଛି। ତାଙ୍କ ସ୍ତ୍ରୀ ଲ୍ୟୁଟନାଟ୍‌ ନିତିକା କୌଲ ଏବଂ ମାତା ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

Share