ଆମେରିକା ନିର୍ବାଚନ ସଭାରେ ପଢାଯାଉଛି ବେଦ, ମହାଭାରତ ଶ୍ଳୋକ !

ଓ୍ବାଶିଂଟନ,୧୭।୮: ଆଗକୁ ପାଖେଇ ଆସୁଛି ଆମେରିକା ନିର୍ବାଚନ। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀର ଆରମ୍ଭ ଅନ୍‌ଲାଇନ୍‌ ସର୍ବଧର୍ମ ପ୍ରାର୍ଥନା ସଭା ସହ ଆରମ୍ଭ ହୋଇଛି। ଏଥିରେ ବେଦ ଓ ମହାଭାରତ ଶ୍ଲୋକ ତଥା ଶିଖ ଧର୍ମର ଅରଦାସ ପାଠ କରାଯାଇଛି। ଟେକ୍ସାସରେ ଚିନ୍ମୟ ମିଶନର ଜଣେ ଅନୁଗାମୀ ଏହି ମନ୍ତ୍ରୋଚ୍ଚାରଣ କରିଥିଲେ। ତେବେ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ବଢାଇବା ଓ ଏକାଠି ମିଶି କାମ କରିବାକୁ ଏହା ପ୍ରେରଣା ଦେବ ବୋଲି କୁହାଯାଇଛି।

Share