ବେଦ ଓ ବୈଦିକ ଦର୍ଶନ

ବେଦ ବିଷୟରେ କହିବାବେଳେ ଆମକୁ ଏହାର ପଦ୍ୟାତ୍ମକ ସ୍ତୋତ୍ର, ଗଦ୍ୟାତ୍ମକ ମନ୍ତ୍ର ଏବଂ ଦର୍ଶନ ମଧ୍ୟରେ ପାର୍ଥକ୍ୟ ଜାଣିିବାକୁ ପଡ଼ିବ। ବୈଦିକ ସ୍ତୋତ୍ର ହେଉଛି ବେଦର ପୁରାତନ ଭାଗ, ଯାହା ୩୦୦୦ ବର୍ଷରୁ ଅଧିକ ପୁରୁଣା। ଏହାପରେ ବୈଦିକ ମନ୍ତ୍ର ଏବଂ ପରେ ବୈଦିକ ଦର୍ଶନ ଆସିଥିଲା ଏବଂ ଏଗୁଡ଼ିକ ବ୍ରାହ୍ମଣ ପରିବାର ଦ୍ୱାରା ମୌଖିକ ଭାବରେ ପ୍ରସାରିତ ହୋଇଥିଲା ଓ ୨,୦୦୦ ବର୍ଷରୁ କମ୍‌ ବର୍ଷ ପୂର୍ବେ ଲେଖାଯାଇଥିଲା। ବୈଦିକ ସ୍ତୋତ୍ର କିମ୍ବା ମନ୍ତ୍ର ସଂହିତା ଭାବେ ରହିଛି। ତେବେ ଋଗ୍‌ ସଂହିତାରେ ପୁରାତନ ବୈଦିକ ସ୍ତୋତ୍ର ଅଛି। ପ୍ରାୟ ୧୦୦୦ ସ୍ତୋତ୍ରକୁ ୧୦ଟି ପୁସ୍ତକ କିମ୍ବା ମଣ୍ଡଳରେ ବିଭକ୍ତ କରାଯାଇଛି। ଏଥିରୁ ନବେ ପ୍ରତିଶତ ହେଉଛି ସ୍ବର୍ଗରେ ରହୁଥିବା ଦେବତାମାନଙ୍କୁ ଆମନ୍ତ୍ରଣ ବା ସ୍ତୁତି କରିବା ମନ୍ତ୍ର। ଯାହାଙ୍କୁ ନୈବେଦ୍ୟ ଗ୍ରହଣ କରିବା ଲାଗି ଆବାହନ କରି ତା’ ବଦଳରେ କର୍ତ୍ତା ସାଂସାରିକ ଜୀବନରେ ସଫଳତା ମାଗିଥାଏ; ଯେପରିକି ସନ୍ତାନ, ସ୍ବାସ୍ଥ୍ୟ, ଯୁଦ୍ଧରେ ବିଜୟ ଇତ୍ୟାଦି। ଏହି ସଂହିତାର ୧୦ ପ୍ରତିଶତ ବିଭିନ୍ନ ପ୍ରକାର ଦର୍ଶନ ଏବଂ ବୈଶ୍ୱିକ କଳ୍ପନା ସହ ଜଡ଼ିତ।
ଋଗ୍‌ ବେଦ ସ୍ତୋତ୍ରର କିଛି ଅଂଶ ସାମ ବେଦର ଅଂଶ ହୋଇଛି। ଏଥିରେ ଋଗ ବେଦର ଲେଖା ସଙ୍ଗୀତମୟ ମନ୍ତ୍ର ଆକାରରେ ରହିଛି। ଏହି ମନ୍ତ୍ରଗୁଡ଼ିକ ୨ ପ୍ରକାରର: ପ୍ରଥମଟି ହେଉଛି ଗ୍ରାମ ଗାନ , ଯାହା ଜନବସତିରେ ଗାନ କରାଯାଏ ଏବଂ ଦ୍ୱିତୀୟଟି ଅରଣ୍ୟ ଗାନ ନାମରେ ଜଣାଶୁଣା ଓ ତାହା ଜଙ୍ଗଲରେ ଗାନ କରାଯାଏ। ଯଜୁର୍ବେଦରେ ଋଗ୍‌ ବେଦର ଅନେକ ସ୍ତୋତ୍ର ରହିଛି। ଏହା ସହ ଏହାର କିଛି ମୂଳ ଗଦ୍ୟାତ୍ମକ ମନ୍ତ୍ର ମଧ୍ୟ ରହିଛି। କିନ୍ତୁ ଏହି ମନ୍ତ୍ରଗୁଡ଼ିକ ରୀତିନୀତି ପାଳନ ସହିତ ବିଶେଷ ଭାବରେ ଜଡ଼ିତ । ସେଥିରେ ଥିବା ସ୍ବତନ୍ତ୍ର ସ୍ତୋତ୍ର କିମ୍ବା ମନ୍ତ୍ରକୁ ଯଜୁସ୍‌ କୁହାଯାଏ। ଏହାକୁ ନିର୍ଦ୍ଦିଷ୍ଟ କର୍ମକାଣ୍ଡରେ ଆବୃତ୍ତି କରାଯାଇଥାଏ। ଅନେକ ଶାସ୍ତ୍ରରେ, ଏହି ତିନୋଟିକୁ ବେଦ ଭାବରେ ବିବେଚନା କରାଯାଏ। ସେଗୁଡ଼ିକ ଲୋକେ ପାଳନ କରୁଥିବା ରୀତିନୀତିର ଏକ ଅଂଶ ଥିଲା । ଅଥର୍ବ ବେଦ ମଧ୍ୟ ସ୍ତୋତ୍ରଗୁଡ଼ିକର ଏକ ସମାହାର, କିନ୍ତୁ ଏଗୁଡ଼ିକ ମୁଖ୍ୟତଃ ଜୀବନର ସ୍ବାସ୍ଥ୍ୟ, ସୌଭାଗ୍ୟ ପାଇଁ ବ୍ୟବହୃତ ହୋଇଥାଏ ଏବଂ ଅନିଷ୍ଟକାରୀ ଆତ୍ମା , ଲୋକଙ୍କ ଈର୍ଷା ଏବଂ କ୍ରୋଧ ଦୂରକରିବା ପାଇଁ ଗାନ କରାଯାଇଥାଏ। ସେଥିରେ ମଧ୍ୟ କିଛି କାଳ୍ପନିକ ସିଦ୍ଧାନ୍ତସମ୍ମତ ସ୍ତୋତ୍ର ଅଛି, କିନ୍ତୁ ସାଧାରଣତଃ ଅଥର୍ବ ବେଦକୁ ମୂଳ ବୈଦିକ ସିଦ୍ଧାନ୍ତର ଅଂଶ ଭାବରେ ଦେଖାଯାଇ ନ ଥିଲା। ସେସବୁ ସାର୍ବଜନୀନ ରୀତିନୀତିର ଅଂଶ ବି ନ ଥିଲା।
ହରିୟାଣା ଅଞ୍ଚଳରେ ଋଗ୍‌ବେଦ ସଂକଳିତ ହୋଇଥିଲା।
ଅନ୍ୟ ବେଦ ଗଣ୍ଡକ ନଦୀର ପୂର୍ବରେ ଥିବା ଗଙ୍ଗା-ଯମୁନା ଅବବାହିକାରେ ରଚନା କରାଯାଇଥିଲା। ଋଗ୍‌ବେଦର ଏକ ତୃଣଭୂମି ଅଞ୍ଚଳର ଯାଯାବର ଲୋକଙ୍କ ସହ ସମ୍ପର୍କ ଥିବାବେଳେ ଯଜୁର୍ବେଦ ଚାଷକରି ବସତି ସ୍ଥାପନପୂବକ ଜୀବନ ନିର୍ବାହ କରୁଥିବା ତଥା ପୂର୍ବ ଦିଗକୁ ଯାଇଥିବା ଲୋକଙ୍କ ସହ ଜଡ଼ିତ ଥିଲା। ସମୟକ୍ରମେ, ଗଦ୍ୟାତ୍ମକ ମନ୍ତ୍ର ଲେଖିବା ଆରମ୍ଭ ହେଲା। ଏଗୁଡ଼ିକ ବ୍ରାହ୍ମଣ ଏବଂ ଅରଣ୍ୟକ ନାମରେ ଜଣାଶୁଣା, ଯାହାକି ରାଜତ୍ୱ ସମ୍ବନ୍ଧୀୟ ବୃହତ୍‌ ସାମୂହିକ ସମାରୋହ ରୀତିନୀତି ପାଳନ ପାଇଁ ଏବଂ ଅରଣ୍ୟକଗୁଡ଼ିକ (ଅରଣ୍ୟ ଗ୍ରନ୍ଥ) ଗାଁ ବାହାରେ କରାଯାଉଥିବା କର୍ମକାଣ୍ଡ ଲାଗି ଉଦ୍ଦିଷ୍ଟ ଥିଲା। ବ୍ରାହ୍ମଣଗ୍ରନ୍ଥଗୁଡ଼ିକ ହେଉଛି ରୀତିନୀତିର ଗଦ୍ୟ ସଙ୍କଳନ । ପନ୍ଦର ଦିନରେ ପୂର୍ଣ୍ଣିମା ଏବଂ ଅମାବାସ୍ୟା ଦିନ ରୀତିନୀତି ପାଳନ କରାଯାଉଥିଲା କିମ୍ବା ପ୍ରାକ୍‌ ମୌସୁମୀ ଅବଧି, ମୌସୁମୀ ଅବଧି ଏବଂ ମୌସୁମୀ ପରବର୍ତ୍ତୀ ଅବଧିର ଶେଷକୁ ସୂଚିତ କରିବା ସକାଶେ ପ୍ରତି ୪ ମାସରେ ଏସବୁ ପାଳନ କରାଯାଉଥିଲା । ରାଜାଙ୍କ ଶକ୍ତି ବୃଦ୍ଧି କରିବା ଲାଗି ରାଜ ଅଭିଷେକ ଏବଂ ବାର୍ଷିକ ରୀତିନୀତି ସହିତ ମଧ୍ୟ ଏଗୁଡ଼ିକର ସମ୍ପର୍କ ଥିଲା। ଧୀରେ ଧୀରେ ସୁଲ୍‌ବା ସୂତ୍ରରେ ଏଗୁଡ଼ିକ ଉଲ୍ଲେଖ କରାଗଲା। ଅବଶ୍ୟ, ଖ୍ରୀଷ୍ଟପୂର୍ବ ୫୦୦ ପରେ ଯେତେବେଳେ ଭାରତର ପୂର୍ବ ଭାଗରେ ବୈଦ୍ଧଧର୍ମ ଉଭା ହେଲାବେଳେ ସେସବୁ ଗୁରୁତ୍ୱ ହରାଇବାକୁ ଲାଗିଲେ। ଏହି ସମୟ ପରେ, ପ୍ରାୟତଃ ଗୃହରେ ପାଳିତ ବୈଦିକ ରୀତିନୀତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାର ଆମେ ଦେଖିବାକୁ ପାଉ ଏବଂ ଏଗୁଡ଼ିକ ଗୃହ ସୂତ୍ରରେ ଲେଖା ହୋଇଗଲା। ପାଖାପାଖି ଏହି ସମୟରେ ଶାସ୍ତ୍ର ସାହିତ୍ୟ ଯଥା ଧର୍ମଶାସ୍ତ୍ରଗୁଡ଼ିକ ଗଦ୍ୟ ଆକାରରେ ରଚନା କରାଯାଇଥିଲା।
ଖ୍ରୀଷ୍ଟାବ୍ଦ ୫୦୦ ପରେ, ଉଭୟ ବୈଦିକ ସ୍ତୋତ୍ର ଏବଂ ବୈଦିକ ମନ୍ତ୍ର ସେମାନଙ୍କର ଗୁରୁତ୍ୱ ହରାଇବା ସହ ବୈଦିକ ଦର୍ଶନର ଉତ୍‌ଥାନ ହୋଇଥିବା ଆମେ ଦେଖିବାକୁ ପାଉ। ଏହି ଦର୍ଶନ ଉପନିଷଦରେ ବର୍ଣ୍ଣନା କରାଯାଇଛି। ଦେଖିବାକୁ ଗଲେ ସମଗ୍ର ଭାରତରେ ବିଭିନ୍ନ ବୈଦିକ ଶିକ୍ଷାଧାରା ବା ବିଚାରଧାରା ଦେଖିବାକୁ ପାଉ। ପ୍ରତ୍ୟେକେ ସ୍ତୋତ୍ର ବା ମନ୍ତ୍ର ସଙ୍କଳିତ ଗ୍ରନ୍ଥ ଯଥା ଋଗ୍‌ବେଦ, ସାମବେଦ କିମ୍ବା ଯଜୁର୍ବେଦ ଉପରେ ଧ୍ୟାନ ଦେଇଥିଲେ। ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟିର ଏକ ଗଦ୍ୟାମତ୍କ ଗ୍ରନ୍ଥ ଏବଂ ଏକ ଦର୍ଶନ ବା ଉପନିଷଦ ଅଛି। କିନ୍ତୁ ଏବେ ଯେତେବେଳେ ଲୋକମାନେ ବେଦ ବିଷୟରେ ଚର୍ଚ୍ଚା କରନ୍ତି, ସେତେବେଳେ ସେମାନେ ବୈଦିକ ଦର୍ଶନ ବା ବେଦାନ୍ତ ବିଷୟରେ ହିଁ କହିଥାନ୍ତି। ଖ୍ରୀଷ୍ଟାବ୍ଦ ୫୦୦ ପରେ ଏସବୁ ଲୋକପ୍ରିୟ ହୋଇଥିଲା। ବିଶେଷକରି ଖ୍ରୀଷ୍ଟାବ୍ଦ ୮୦୦ ପରେ ଆଦି ଶଙ୍କରାଚାର୍ଯ୍ୟ ଏବଂ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଏହାକୁ ଅଧିକ ପ୍ରଚାରପ୍ରସାର କରାଯାଇଥିଲା। ବୈଦିକ ଦର୍ଶନରେ ରୀତିନୀତି ବା କର୍ମକାଣ୍ଡବାଦକୁ କମ୍‌ ଗୁରୁତ୍ୱ ଦିଆଯାଇ ଆତ୍ମା ଓ ମନୁଷ୍ୟ ଶରୀର ତଥା ଆମ ଚାରିପାଖରେ ଥିବା ବିଶ୍ୱ ସହିତ ଏହାର ସମ୍ପର୍କ ଭଳି ଦାର୍ଶନିକ ଚିନ୍ତାଧାରାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏଗୁଡ଼ିକ ହେଉଛି ମୋକ୍ଷ ବା ମୁକ୍ତିର ଧାରଣା। ରୀତିନୀତି ସିଦ୍ଧାନ୍ତ କିମ୍ବା ମୀମାଂସା ବା ବୈଦିକ ବିଚାରଧାରା ଶେଷରେ ମନ୍ଦିର ପରମ୍ପରା ସହ ଲୀନ ହୋଇଗଲେ। ଏପରିକି ଏବେ ମଧ୍ୟ ଯେତେବେଳେ ଲୋକେ ବେଦ କଥା କୁହନ୍ତି, ସେମାନେ ପ୍ରକୃତରେ ବୈଦିକ ଦର୍ଶନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଅନ୍ୟପକ୍ଷରେ ବୈଦିକ ମନ୍ତ୍ର , ବୈଦିକ ସ୍ତୋତ୍ର ଏବଂ ବୈଦିକ ରୀତିନୀତି ଉପରେ ଖୁବ୍‌ କମ୍‌ ଆଲୋଚନା କରିଥାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri