ଭୁବନେଶ୍ୱରରେ ବେଦାନ୍ତୁ ଅଫ୍‌ଲାଇନ ଲର୍ନିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ଅନ୍‌ଲାଇନ କୋଚିଂ ସେଣ୍ଟର ‘ବେଦାନ୍ତୁ’ର ଅଫ୍‌ଲାଇନ ଲର୍ନିଂ ସେଣ୍ଟର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଆର୍‌ସିଏମ୍‌ କ୍ୟାମ୍ପସଠାରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ୧୭ରେ ଉକ୍ତ ସେଣ୍ଟରର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍‌ଘାଟନ) ହେବାକୁ ଯାଉଛି।
ଏହି ପରିପ୍ରେକ୍ଷୀରେ ବେଦାନ୍ତୁ ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ବେଦାନ୍ତୁର ଭିପି (ବିଜ୍‌ନେସ୍‌) ସଚିନ ଅଗ୍ରଓ୍ବାଲଙ୍କ ସମେତ ବେଦାନ୍ତୁ ଲର୍ନ ସେଣ୍ଟରର ପାଟର୍ନର ଜ୍ୟୋତିରଞ୍ଜନ ତ୍ରିପାଠୀ ଏବଂ ବିକାଶ ବାହିନୀପତି ଉପସ୍ଥିତ ରହି ଭୁବନେଶ୍ୱର ସେଣ୍ଟର ସମ୍ପର୍କରେ ବିସ୍ତୃତ ଆଲୋଚନା ସହିତ ସେଣ୍ଟରର ଆଭିମୁଖ୍ୟ ବିଷୟରେ ମଧ୍ୟ ମତପ୍ରକାଶ କରିଥିଲେ। ସେହିଭଳି ଏଡ୍‌-ଟେକ୍‌ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅଫ୍‌ଲାଇନ କୋଚିଂରେ ମଧ୍ୟ ବିପ୍ଳବ ଆଣିବାକୁ ଯାଉଛି ବୋଲି ଭୁବନେଶ୍ୱର ସେଣ୍ଟର ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱରରେ ଲର୍ନିଂ ସେଣ୍ଟର ଚଳିତ ବର୍ଷ ମାର୍ଚ୍ଚ ୧୭ରୁ କାର୍ଯ୍ୟାରମ୍ଭ କରୁଛି ଏବଂ ଏହା ଅଫ୍‌ଲାଇନ ଚ୍ୟାନେଲରେ ଜେଇଇ/ଏନ୍‌ଇଇଟି ଭଳି ପରୀକ୍ଷାଗୁଡିକ ନିମନ୍ତେ ଗୁଣାମତ୍କ ଶିକ୍ଷାର ସୁଯୋଗ ପରିବ୍ୟାପ୍ତ କରିବା ଦିଗରେ ଏହା ବେଦାନ୍ତୁର ରଣକୌଶଳାମତ୍କ ପଦକ୍ଷେପ ହୋଇଛି। ଚଳିତ ମାସ ୧୭ରେ ଏହି ସେଣ୍ଟର ଶୁଭାରମ୍ଭ ଉପଲକ୍ଷେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜନ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri