ରାଷ୍ଟ୍ରୀୟ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତର ସମର୍ଥନ

ଭୁବନେଶ୍ୱର,୨୫।୧୧: ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଯୁବ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତ ଆଲୁମିନିୟମ ସମର୍ଥନ ଜଣାଇଛି। ବିଶେଷକରି ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକରେ ନ୍ୟାଶନାଲ କାଉନସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତ ଆଲୁମିନିୟମ ସମର୍ଥନ କରିଛି। ଉକ୍ତ ପ୍ରଦର୍ଶନୀ ଓ ସୁରଭି ଶିଶୁ ମହୋତ୍ସବ ପରି ପ୍ରଭାବଶାଳୀ ଶିକ୍ଷାଗତ ପଦକ୍ଷେପକୁ ନିୟମିତ ଉତ୍ସାହିତକରି ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା ତଥା ଯୁବ ମାନସିକତାକୁ ସୁଦୃଢ କରିବା ସହ ଗୋଷ୍ଠୀର ବିକାଶ ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି।
ସେହିଭଳି ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ (ଷ୍ଟେମ୍‌) କ୍ଷେତ୍ରରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ପିଲାମାନେ ଚୟନ କରିବା ଉଚିତ ବୋଲି ପ୍ରଦର୍ଶନୀ ଜରିଆରେ ପ୍ରେରଣା ଦିଆଯାଇଥିଲା। ଏପରିକି ଯୁବଛାତ୍ରମାନେ ପ୍ରଦର୍ଶନୀ ମାଧ୍ୟମରେ ବିଜ୍ଞାନର ସମ୍ଭାବନାକୁ ଉପଯୋଗକରି ସମାଜର ଆବଶ୍ୟକତା ପାଇଁ ଅନନ୍ୟ ସମାଧାନ ବିଷୟରେ ଜାଣିବାକୁ ପାଇଥିଲେ। ଉକ୍ତ ପ୍ରଦର୍ଶନୀରେ ଗଣିତ ସମ୍ବନ୍ଧୀୟ ଧାରଣା, ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ, ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରଣାଳୀ, ସୌରଶକ୍ତିର ଉପଯୋଗ ଓ ମିଲେଟକୁ ସୁପର ଫୁଡ୍‌ ଭାବେ ବ୍ୟବହାର କରିବା ଲାଗି ଅଭିନବ ରେସିପି ଥିମ୍‌ ଆଦି ବିଷୟରେ ପିଲାମାନେ ଜାଣିବାକୁ ପାଇଥିଲେ। ବେଦାନ୍ତ ଲିମିଟେଡ୍‌ ଆଲୁମିନିୟମ ବ୍ୟବସାୟର ସିଇଓ (ମାଇନ୍ସ) ଭି.ଶ୍ରୀକାନ୍ତ କହିଥିଲେ, ବେଦାନ୍ତ ଆଲୁମିନିୟମ ସର୍ବଦା ଗୋଷ୍ଠୀ ପ୍ରତି ସଚେତନ ରହିଛି। ଜାତୀୟ ଯୁବ ବୈଜ୍ଞାନିକ ପ୍ରଦର୍ଶନୀ ଭଳି ପଦକ୍ଷେପ ଆମର ସମର୍ଥନ ପରିବେଶ ପ୍ରୀତିକୁ ପ୍ରତିପାଦିତ କରିଥାଏ। ବିଶେଷକରି ଶିକ୍ଷାର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆମେ ଦୃଢବିଶ୍ୱାସ କରୁ ଓ ଏଭଳି ପଦକ୍ଷେପ ମାଧ୍ୟମରେ ଆମେ ଆଗାମୀ ପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?