ଭୁବନେଶ୍ୱର,୧୫ା୮(ଅଭୟ ଦାଶ): ଭାରତର ସର୍ବବୃହତ ଆଲୁମିନିୟମ ଉପତ୍ାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଆଜାଦୀ କା ଅସଲି ମତଲବ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୭୭ତମ ସ୍ବାଧୀନତା ଦିବସ ଅବସରରେ ‘ଆଜାଦୀ କା ଅସଲି ମତଲବ’ ଅଭିଯାନ (ସ୍ବାଧୀନତାର ପ୍ରକୃତ ଅର୍ଥ) ଶୀର୍ଷକ ଏକ ମଲ୍ଟି-ଚ୍ୟାନେଲ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଦେଶର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ସଚେତନତା ସୃଷ୍ଟି କରିବ। ଏହି ଅଭିଯାନକୁ ସୋମବାର ୟୁଟ୍ୟୁବ ପ୍ଲାଟଫର୍ମ ମାଧ୍ୟମରେ ଶୁଭାରମ୍ଭ କରାଯାଇଥିବବେଳେ ୨୦୨୩ ଅଗଷ୍ଟ୧୫ରେ ଦେଶର ସମସ୍ତ ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଆଦିରେ ଶେୟାର କରାଯିବ। ବିଶେଷ କରି ଏହି ଅଭିଯାନ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ଆଲୁମିନିୟମ କିପରି ମେରୁଦଣ୍ଡର ଭୂମିକା ଭାବେ କାର୍ଯ୍ୟ ସମ୍ପାଦନ କରି ଭାରତକୁ ଏକ ବିଶ୍ୱସ୍ତରୀୟ ନିର୍ମାଣ ହବ୍ରେ ପରିଣତ କରାଇଛି ସେ ସମ୍ପର୍କରେ ବିସ୍ତୃତ ଅବଗତ କରାଇବ। ଆଲୁମିନିୟମ ଫ୍ରମ ଦ ଆର୍ଥ ଟେକ୍ସ ଇଣ୍ଡିଆ ଟୁ ଦ ସ୍କାଏ ବିଷୟବସ୍ତୁ ଉପରେ ଆଧାର କରି ଅଗଷ୍ଟ୧୫ରେ ଏହି ଅଭିଯାନ ଆରମ୍ଭ କରାଯିବ। ଉକ୍ତ ଅଭିଯାନ ସ୍ବାଧୀନତାକୁ ଏକ ବିସ୍ତାରିତ ଧାରଣା ଭାବେ ଗ୍ରହଣ କରିଥାଏ, ଯାହା ଶବ୍ଦ ମଧ୍ୟରେ ବିଦ୍ୟମାନ ପ୍ରଭାବକୁ ବିକଶିତ କରି ଏକ ସ୍ବତନ୍ତ୍ର ଅଭିଜ୍ଞତା ସୃଷ୍ଟି କରିଥାଏ। ସ୍ବାଧୀନତା ଆଜି ବିଭିନ୍ନ ରୂପରେ ନିଜକୁ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ରୂପାୟନ କରିଥିବାର ଉପଲବ୍ଧି ପ୍ରଦାନ କରିଥାଏ।
ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ
ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି
କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…
ଧରାପଡ଼ିଲେ ନକଲି ଏମ୍ଭିଆଇ
ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…
ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା
ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…
ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ
ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍ ଉଦ୍ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…
ଡେଭିିସ କପ୍ରେ ଭାରତକୁ ହରାଇଲା କୋରିଆ
ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍
ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

