Categories: ବାଣିଜ୍ୟ

ଲିଙ୍ଗଗତ ଅସମାନତା ଦୂର ପାଇଁ ବେଦାନ୍ତର ପ୍ରୟାସ

ଭୁବନେଶ୍ୱର,୨୬।୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ୟୁନିଟ୍‌ଗୁଡ଼ିକରେ ମଧ୍ୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତର ବୃହତ୍‌ ଆଲୁମିନିୟମ ଉପତ୍ାଦକ ଗ୍ରାମାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ଠାରେ କାର୍ଯ୍ୟ କରୁଥିବା ଅଞ୍ଚଳଗୁଡିକରେ ବାଳିକା ଓ କନ୍ୟା ସନ୍ତାନଙ୍କ ସଶକ୍ତୀକରଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସାଙ୍ଗକୁ କମ୍ପାନୀ ତା’ର ପ୍ରତିଶ୍ରୁତିକୁ ଦୋହରାଇଛି।

ଏପରିକି ଉନ୍ନତ ଶିକ୍ଷା ସହ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା, ଶିଶୁମାନଙ୍କ ପୁଷ୍ଟିହୀନତା ଦୂରକରିବା ଓ ଦକ୍ଷତା ବିକାଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ଆଦି ଉପରେ କମ୍ପାନୀ ବହୁ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ସମାଜରେ ଲିଙ୍ଗଗତ ପାର୍ଥକ୍ୟ ଦୂରକରିବା ପାଇଁ କମ୍ପାନୀ ଚେଷ୍ଟା ବ୍ୟାପକ ପରିମାଣରେ କରୁଛି। ଚଳିତ ବର୍ଷ କାର୍ଯ୍ୟକ୍ରମର ଏକ ଅଂଶ ଭାବେ କମ୍ପାନୀ ଯୁବତୀଙ୍କ ମଧ୍ୟରେ ଆର୍ଥିକ ସ୍ବାଧୀନତା ସୃଷ୍ଟି କରିବା ତଥା ଲିଙ୍ଗଗତ ପାର୍ଥକ୍ୟକୁ ଦୂରକରିବା ଲାଗି ପ୍ରୟାସ କରୁଛି।

ବେଦାନ୍ତ ଲିମିଟେଡ୍‌ର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ବାଳିକାମାନେ ସମାଜର ପ୍ରକୃତ ସମ୍ପତ୍ତି ହୋଇଥିଲାବେଳେ ସେମାନଙ୍କ ବିକାଶ ଆମ ପରିବାର ଓ ସମାଜର ଦାୟିତ୍ୱ। ଏପରିକି ସେମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ସୁବିଧା ପ୍ରଦାନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଆମେ କେବଳ ଦୃଢ ସ୍ଥାୟୀ ଶିଳ୍ପ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ନୁହେଁ, ଦୃଢ଼ ତଥା ସଶକ୍ତ ମହିଳା ସମାଜ ଗଠନ ପାଇଁ ମଧ୍ୟ ଆମେ ସର୍ବଦା ସମର୍ଥନ କରିଆସୁଛୁ।

Share